Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଲୱେ ଜମିଅଧିଗ୍ରହଣ ସମସ୍ଯା ପଞ୍ଚାୟତବାସୀଙ୍କ ରେଲରୋକ ଚେତାବନୀ

ବରପାଲି,୨୬।୪: ବରପାଲି ବ୍ଳକ କଦଲିପାଲି ରେଲୱେ ଲେବଲକ୍ରସିଂ ରାସ୍ତା ଉପରେ ଗଦାଗଦା ମାଟି ପକାଇ ଅବରୋଧ କରାଯାଇଛି। ପୁର୍ବରୁ ମଧ୍ଯ ଗତ ୨୦୨୩ ଅଗଷ୍ଟ ମାସରେ ଚାରି ମାସ ପର୍ଯ୍ଯନ୍ତ ସମ୍ପୁର୍ଣ୍ଣ ଯ୍ବନ୍ଦ ରଖାଯାଇଥିଲା। ପୁର୍ବରୁ ରେଲୱେ ଜମି ଅଧିଗ୍ରହଣ କାର୍ଯ୍ଯକ୍ରମ ଆଲୋଚନା ମାଧ୍ଯମରେ ଏକ ପ୍ରକାର ରେଲୱେ ବିଭାଗ ଦ୍ବାରା ସମାପନ ହୋଇଥିଲା।ହେଲେ ଅଚାନକ ଗତ ସାତ ଦିନ ପୁର୍ବରୁ ରାସ୍ତାକୁ ଜାଣିଶୁଣି ମାଟିପକାଇ ବନ୍ଦ ରଖାଯାଇଛି। ଯାତାୟତରେ ଅସୁବିଧା ସୃଷ୍ଟି ହେବାରୁ ଲେଣ୍ତା ପଞ୍ଚାୟତବାସୀ ରେଲୱେ ଡିଭିଜନ ମେନେଜର ଓ ସ୍ଥାନିୟ ପୋଲିସର ଦୃଷ୍ଟି ଆକର୍ଷଣ ମାଧ୍ଯମରେ ନ୍ଯାୟ ମାଗିଛନ୍ତି। ସେହିପରି ଆସନ୍ତା ୨୮ ତାରିଖ ମଧ୍ଯରେ ସମସ୍ଯାର ସମାଧାନ ନହେଲେ ଆଗାମି ଦିନରେ ରେଲରୋକ ବାଟ ଆପାଣାଇବାକୁ ବାଧ୍ଯ ହେବୁ ବୋଲି ଚେତାବନୀ ଦେଇଛନ୍ତି। ପୁର୍ବରୁ ମଧ୍ଯ ସମସ୍ଯାର ସୂତ୍ରପାତ ହେବାସହ ଗତ ୨୦୨୩ ଅଗଷ୍ଟ ମାସରେ ଲେବଲକ୍ରସିଂରୁ ବାହାରିଥିବା ଅଇଁଠାପାଲି ରାସ୍ତା ପ୍ରଥମ ମୁଣ୍ତରେ ମାଟି ପକାଇ ସମ୍ପୁର୍ଣ୍ଣ ବନ୍ଦ ରଖାଯାଇଥିଲା। ରାସ୍ତାଟି ଅବରୋଧ ହୋଇଥିବାରୁ ଆଖପାଖ ପାଞ୍ଚଟି ଗ୍ରାମ ଅଇଁଠାପାଲି, ଜୁଲଟ,ବାଗବାଡି ଓ ପୁଟୁରୁପାଲି ସହ ବରଗଡ ସଦରର ତିନୋଟି ପଞ୍ଚାୟତ ସମେତ ବରପାଲି ସହରର ଲୋକେ ହଟହଟା ହେଉଥିବା ବେଳେ ଦୁର୍ଘଟଣାର ଶିକାରରେ ପଡୁଥିବା ଦେଖାଯାଉଛି। ସମସ୍ଯାକୁ ନେଇ ଲୋକେ ରେଲୱେ ଆସିଷ୍ଟାଣ୍ତ ଡିଭିଜନାଲ ଇଞ୍ଜିନିୟର ଫାଷ୍ଟ କୋଷ୍ଟ ରେଳବାଇ ବରଗଡ,ସ୍ଥାନିୟ ତହସିଲଦାର,ପୋଲିସ ପ୍ରସାସନ ସହ ଜନ ପ୍ରତିନିଧି ମାନଙ୍କ ଦୃଷ୍ଟିଗୋଚରକୁ ଆଣିଥିଲେ। ହେଲେ ସମସ୍ଯାଟି ବିଭିନ୍ନ ରୂପ ନେଉଥିବା ବେଳେ କୌଣଷି ସମାଧାନର ବାଟ ଫିଟି ପାରିନଥିଲା। ନିର୍ଦ୍ଧାରିତ ବନ୍ଦ ହୋଇଥିବା ଜମି ଖାତା ନମ୍ବର ୨୫୩. ପ୍ଲଟ୍ ନମ୍ବର ୪୦୩/୧୦୬୩ ପୂର୍ବ କୋଷ୍ଟ ରେଳ ନାମରେ ୦.୧୯୮୦ ଡି ରେକର୍ଡ ଭାବରେ ରହିଥିବା ଜଣାପଡିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ନିର୍ଦ୍ଧାରିତ ଜମି ଉପରେ ଗୋଟିଏ | ବହୁ ଦିନରୁ ଜନସାଧାରଣଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ରାସ୍ତା କିଛି ଦିନ ପୁର୍ବରୁ ପିଡବ୍ଲୁଡି ବିଭାଗ ଦ୍ବାରା ନବିକରଣ କରାଯାଇଥିଲା। ବର୍ତ୍ତମାନ ଉପୁଜୁଥିବା ସମସ୍ଯାରେ ମୂଖ୍ଯତଃ ଫସିଛନ୍ତି ଆଖପାଖ ରାସ୍ତାକଡ ଚାଷଜମି ମାଲିକ ଓ କୃଷି କର୍ମଚାରୀ ମାନେ। ଜମିରୁ ଅମଳକ୍ଷମ ଧାନ ନେବା ଆଣିବାରେ ଅନେକ ବ୍ଯାଘାତ ସୃଷ୍ଟି ହୋଇଥାଏ। ସମସ୍ଯାର ଉଚିତ ସମାଧାନ ଦିଗରେ ପ୍ରସାସନ ଉଚିତ ପଦକ୍ଷେପ ଗ୍ରହଣ ନିମନ୍ତେ ଦାବୀ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ