Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକସଭା ଓ ବିଧାନସଭା ସମ୍ଭାବ୍ୟ ନାମାଙ୍କନ ଦାଖଲ

ବରପାଲି‐୨୬।୪ ବରଗଡ ଜିଲ୍ଲାର ଏକ ଲୋକସଭା ଓ ପାଞ୍ଜଟି ବିଧାନସଭା ନାମାଙ୍କନ ସାମ୍ଭାବ୍ଯ ଦାଖଲ ଦିନାଙ୍କ ଜଣାପଡିଛି। ଶୁକ୍ରବାର ଏପ୍ରିଲ ୨୬ ତାରିଖ ବରଗଡ ଲୋକସଭା ଆସନ ପାଇଁ ସଂଜୟ ଭୋଇ –କଂଗ୍ରେସ,
ବରଗଡ ବିଧାନସଭା ପାଣ୍ଡବ କର୍ଣ୍ଣ –ସ୍ୱାଧୀନ ଭଟଲି ବିଧାନସଭା ସୁଶାନ୍ତ ସିଂ –ବିଜେଡି, ବିଜେପୁର ବିଧାନସଭା କିଶୋର ଦଫାଦାର –କଂଗ୍ରେସ ପଦ୍ମପୁର ବିଧାନସଭା ପାଇଁ ଟଙ୍କଧର ସାହୁ କଂଗ୍ରେସ ପକ୍ଷରୁ ଦାଖଲ କରୁଥିବା ଜଣାପଡିଥିଲା। ସେହିପରି ଆସନ୍ତା ଏପ୍ରିଲ ୨୯ ତାରିଖ ପଦ୍ମପୁର ବିଧାନସଭା ବର୍ଷା ସିଂ ବରିହା -ବିଜେଡି ଓ ବିଜେପି ପକ୍ଷରୁ ଗୋବର୍ଦ୍ଧନ ଭୁଏ, ବରଗଡ଼ ବିଧାନସଭା ବିନୋଦ ବାବା ସ୍ୱାଧୀନ ଏବଂ ୩୦ ତାରିଖ ବରଗଡ ବିଧାନସଭା ଅଶ୍ୱିନୀ ଷଡଙ୍ଗୀ ବିଜେପି, ବିଜେପୁର ବିଧାନସଭା ସନତ ଗଡତିଆ ବିଜେପି, ଅତାବିରା ବିଧାନସଭା ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପକ୍ଷରୁ ଧାର୍ଯ୍ଯ ହୋଇଥିବା ସୂଚନା ମିଳିଛି। ଆଗାମି ମେ୧ ତାରିଖ ବରଗଡ ଲୋକସଭା ପାଇଁ ପ୍ରଦୀପ ପୁରୋହିତ ବିଜେପି, ଅତାବିରା ବିଧାନସଭା ଅଭିଷେକ ସେଠ କଂଗ୍ରେସ, ବିଜେପୁର ବିଧାନସଭା ରୀତା ସାହୁ ବିଜେଡି,
ପଦ୍ମପୁର ବିଧାନସଭା ବାଲ୍ମୀକି ନାଏକ ଆପ୍‌ ଓ ଭଟଲି ଇରାଶିଷ ଆଚାର୍ଯ୍ୟ ବିଜେପି ସହ ମେ ୨ତାରିଖ ବରଗଡ ଲୋକସଭା ପାଇଁ ପରିଣିତା ମିଶ୍ର ବିଜେଡି,ବରଗଡ ବିଧାନସଭା ଦେବେଶ ଆଚାର୍ଯ୍ୟ ବିଜେଡି, ଆଶୀଷ ଶତପଥୀ ଆପ୍‌ ଏବଂ ଅତାବିରା ବିଧାନସଭା ପାଇଁ ନିହାର ରଞ୍ଜନ ମହାନନ୍ଦ ବିଜେପି, ଜୟକୃଷ୍ଣ ଛୁରିଆ ଆପ୍‌ ଭଟଲି ବିଧାନସଭା ବ୍ରହ୍ମାନନ୍ଦ ମହାକୁଡ, କଂଗ୍ରେସ, ଶାହାରୁଖ ଲୋଧିଆ ଆପ ଦଳ ପକ୍ଷରୁ। ମେ ୩ତାରିଖ ବରଗଡ ବିଧାନସଭା ନିମନ୍ତେ ନିପନ ଦାଶ କଂଗ୍ରେସ,ନନ୍ଦନ ମହାନନ୍ଦ ସ୍ୱାଧୀନ ପ୍ରାର୍ଥି ଭାବରେ ନାମାଙ୍କନ ଦାଖଲ ପାଇଁ ସଜବାଜରେ ଯୋର ଦେଉଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ