Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ନିଜ ପିଲାଙ୍କ ସହ କର୍ମକ୍ଷେତ୍ରକୁ ଆସନ୍ତୁ କାର୍ଯ୍ୟକ୍ରମ ଉଦଯାପିତ

ଗଓଊ,୨୬/୦୪
ନିଷ୍ଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଧ୍ୟାପକ ଅଧ୍ୟାପିକା ଓ ସେମାନଙ୍କ ପିଲାଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କର୍ମକ୍ଷେତ୍ରକୁ ତୁମ ପିଲାଙ୍କ ସହିତ ଆସ ଶୀର୍ଷକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ନିଷ୍ଟ ପରିବାରର ସଦସ୍ୟଙ୍କ ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କ କାର୍ଯ୍ୟ ସ୍ଥଳୀ ପରିବେଶର ଅନୁଭବ କରାଇବା ଏବଂ ନୂତନ ପିଢ଼ି ମଧ୍ୟରେ ‘ବସୁଧୈବ କୁଟୁମ୍ବକମ୍’ର ବୃହତ ପରିକଳ୍ପନାକୁ ବିକଶିତ କରିବା ପାଇଁ ‘Inspire to Aspire’ କାର୍ୟ୍ୟକ୍ରମ ଆୟୋଜିତ କରାଯାଇଛି। ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଙ୍କଳ୍ପ ସିନିୟର ସେକେଣ୍ଡାରୀ ସ୍କୁଲ ର ଅଧକ୍ଷ ପ୍ରଦୀପ୍ତ କିଶୋର ପାଣିଗ୍ରାହୀ ଯୋଗ ଦେଇଥିଲେ । ପିଲାଙ୍କ ସହ ରହି ଅଭିଭାବକମାନେ କିଭଳି ଗ୍ରୀଷ୍ମ ଅବକାଶକୁ ଅତିବାହିତ କରିବେ ଏବଂ ସାମାଜିକ ଓ ଭାବ ବିନିମୟ ମାଧ୍ୟମରେ ପିଲାଙ୍କୁ ପ୍ରତିପାଳନ କରିବେ ସେ ସମ୍ପର୍କରେ ପିଲାମାନଙ୍କୁ ଉଦବୋଧନ କରିଥିଲେ। ଭାରପ୍ରାପ୍ତ କୁଳପତି ପି. ରାଜେଶ କୁମାର ଫ୍ୟାମିଲି ଭ୍ୟାଲ୍ୟୁ ସିଷ୍ଟମ ସମ୍ପର୍କରେ ସୂଚନା ଦେଇଥିଲେ। ଭାରପ୍ରାପ୍ତ ରେଜିଷ୍ଟ୍ରାର ଡ. ବିଷ୍ଣୁକର ନାୟକ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କଲେଜ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଲିବାରେଲ ଆର୍ଟସର ଡିନ୍ ଡ. ସବ୍ୟସାଚୀ ରଥ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ।
ଏହି କାର୍ୟ୍ୟକ୍ରମକୁ ନିଷ୍ଟ୍ ପିଆର ସେଲ, ଏଡି କ୍ଲବ୍, ଡ୍ୟାନ୍ସ କ୍ଲବ୍, ଫୋଟଫୋକ୍ସ କ୍ଲବ ଏବଂ ମିଡିଆ ମୁଭର୍ସ ସହୟୋଗ କରିଥିଲେ। କ୍ଲବର ଛାତ୍ର ସ୍ୱେଚ୍ଛାସେବୀମାନେ ସେମାନଙ୍କ ଅଧ୍ୟାପକ ଉପଦେଷ୍ଟା ପ୍ରଫେସର. ପ୍ରଜ୍ଞା ପାରମିତା ସାମନ୍ତ, ପ୍ରଫେସର. କ୍ଷୀରାବଧି ତନୟା ନାୟକଙ୍କ ସହ ମିଶି ପିଲାମାନଙ୍କୁ ଏବଂ ଅଭିଭାବକମାନଙ୍କୁ ବିଭିନ୍ନ ମଜାଳିଆ ଖେଳ ଏବଂ ପୋଷ୍ଟର ତିଆରି ଏବଂ ଚିତ୍ର ଆଙ୍କିବା ଭଳି ଅନ୍ୟାନ୍ୟ କାର୍ୟ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories