Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ର୍ତୀ ରୀତା ସାହୁଙ୍କ ନିର୍ବାଚନୀ ଧାର୍ମିକ ଅଭିଯାନ

ବରପାଲି,୨୮।୪:- ହସ୍ତତନ୍ର୍ତ ଓ ବୟନଶିଳ୍ପ ମନ୍ର୍ତୀ ରିତା ସାହୁଙ୍କ ନିର୍ବାଚନୀ ଅଭିଯାନ ଧାର୍ମିକ ମନୋଭାବ ମାଧ୍ଯମରେ ସମ୍ପର୍କ ସ୍ଥାପନା ପର୍ବ ଆଗେଇଚାଲିଛି। ବିଜେପୁର ନିର୍ବାଚନ ମଣ୍ତଳି ଅର୍ନ୍ତଗତ ତିନୋଟି ବ୍ଲକ ବରପାଲି, ବିଜେପୁର ଓ ଗାଇସିଲେଟ ଅଞ୍ଚଳରେ ଦଳିୟ କର୍ମକର୍ତ୍ତା ଓ କର୍ମି ମାନଙ୍କ ଗହଣରେ ନିଜ ଶୈଳିରେ ପ୍ରଚାର ଓ ପ୍ରସାର ଲୋକସର୍ମ୍ପକ ଦିଗକୁ ଗୁରୁତ୍ବ ଦେଉଛନ୍ତି।
ବରପାଲି ବ୍ଲକରିତା ସାହୁଙ୍କ ଧାର୍ମିକ ମନୋଭାବ ବରପାଲି ବ୍ଲକ ଅନ୍ତର୍ଗତ ବର୍ଲାବାହାଲ ଓ ଭଟିଗାଁରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଯୋଗ ଦେଇଥିବା ବେଳେ ଝୁଲୋପାଲି, ବନ୍ଧପାଲି ନାମଯଜ୍ଞ ଏବଂ ବିଜେପୁର ବ୍ଲକ ଜାରିଙ୍ଗରେ ମାଁ ସମଲେଶ୍ବରୀ ଦେବୀଙ୍କ ଦର୍ଶନ ସହିତ ଆଶିର୍ବାଦ ଗ୍ରହଣ, ମ.ଗଣ୍ଡପାଲି ଗାଁରେ ଅଲେଖ ମହିମା ବିଶ୍ବଶାନ୍ତି ମହାଯଜ୍ଞରେ
ସାମିଲ ହୋଇ ସମ୍ପର୍କ ଅଭିଯାନ ଓ ନିର୍ବାଚନୀ ଆଲୋଚନା ଜାରି ରଖିଛନ୍ତି। ସେହିପରି ନିର୍ବାଚନ ମଣ୍ତଳିର ବିଭିନ୍ନ ଗ୍ରାମ ମାନଙ୍କର ନାମଯଜ୍ଞ,ମନ୍ଦିର ପ୍ରତିଷ୍ଠା,ବିବାହ ବ୍ରତ,କ୍ରିଡା ସହ ଉତ୍ସବ ମହୋତ୍ସବକୁ ନିର୍ବାଚନୀ ଆୟୁଧ ସଜେଇଥିବା ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ