Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାମନବମୀ ଉତ୍ସବ ଉଦଯାପିତ: ମନ୍ଦିର ପ୍ରବେଶ କଲେ ମହାପ୍ରଭୁ

ସମ୍ବଲପୁର(କବାରାପାଲି):୭୬ ବର୍ଷରେ ପଦାର୍ପଣ କରିଥିବା କବରାପାଲିର ରାମନବମୀ ଉତ୍ସବ ରବିବାର ଉଦଯାପିତ ହୋଇ ମହାପ୍ରଭୁ ଶ୍ରୀରାମଙ୍କ ସହ ଲକ୍ଷ୍ମଣ ଓ ସୀତାଦେବୀ ମନ୍ଦିର ପ୍ରବେଶ କରିଛନ୍ତି।
ଯୁଯୋମୁରା ବ୍ଲକର କବରାପାଲି ପଞ୍ଚାୟତ ମୁଖ୍ୟାଳୟରେ ରାମନବମୀରେ ମହାପ୍ରଭୁ ମନ୍ଦିର ରୁ ବାହାରି ଭାଇ ଲକ୍ଷ୍ମଣଙ୍କ ସହ ସୀତା ଦେବୀଙ୍କ ସହ ଏଗାର ଦିନ ଧରି ଗାଁ ମଣ୍ଡପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ପ୍ରତ୍ୟହ ମଣ୍ଡପରେ ପଣ୍ଡିତ ଅଶ୍ୱୀନି ବିଶ୍ୱାଳ ଓ ପଣ୍ଡିତ ରମେଶ ଦାଶଙ୍କ ଦ୍ୱାରା ପୂଜାର୍ଚନା କରାଯାଉଥିଲା।ଚୈତ୍ୟ ଦଶମୀ ଠାରୁ ପ୍ରତ୍ୟହ ଭୀକାରୀ ଚରଣ ପଣ୍ଡାଙ୍କ ଦ୍ୱାରା ରଚିତ ରାମଲୀଳା ନୃତ୍ୟନାଟିକା ପରିବେଷିତ ହେଉଥିଲା।ଏପରି ରାମଚରତ ମାନସ ସହିତ ବିଭିନ୍ନ ଦିନରେ ସଂକୀର୍ତ୍ତନ ଓ ଗୀତ ନୃତ୍ୟର ଆସର ଜମିଥିଲା। ସବୁଠୁ ଉଲ୍ଲେଖନୀୟ ବିଷୟ ହେଲା ଏହି ସମୟରେ ଗ୍ରାମରେ ଆମିଷ ଓ ନିଶା ସେବନରୁ ଗ୍ରାମ ଓ ଅଞ୍ଚଳ ମୁକ୍ତ ରହିଥିଲା। ଉଦଯାପନୀ ଦିନ ମଣ୍ଡପରେ ହୋମ ଯଜ୍ଞ ପରେ ମହାପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ।୧୨ ଦିନ ଧରି କବରାପାଲି ଆଧ୍ୟାତ୍ମିକ ପରିବେଶରେ ଭାବମୟ ସୃଷ୍ଟି କରିଥିଲା।
ରାମନବମୀ କମିଟି ସଭାପତି ମହିମା ପ୍ରସାଦ ବଢାଇ,କ୍ଷୀରୋଦ ସାହୁ,ଦିଲ୍ଲୀପ ବଢାଇ,ମନୋଜ କୁମାର ପଧାନ,ସଞ୍ଜୟ କୁମାର ପଧାନ,ରଞ୍ଜିତ ପଧାନଙ୍କ ସହିତ ଗ୍ରାମର ଆବାଳ ବୃଦ୍ଧ ବନିତା ରାମନବମୀ ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।