ଏଣିକି ନିଜ ମାତୃଭାଷାରେ ଦେଇପାରିବେ ସିଏପିଏଫ୍‌ ପରୀକ୍ଷା; ଓଡ଼ିଶା ଆଶାୟୀ ପ୍ରାର୍ଥୀଙ୍କ ଲାଗି ଓଡ଼ିଆରେ ଆସିବ ପ୍ରଶ୍ନପତ୍ର


ନୂଆଦିଲ୍ଲୀ: ଏଣିକି CAPF ରେ କନଷ୍ଟେବଲ ପରୀକ୍ଷା ନିଜ ମାତୃଭାଷାରେ ଦେଇପାରିବେ ପ୍ରାର୍ଥୀ। ଏ ନେଇ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ପରୀକ୍ଷା ଦେବାକୁ ଚାହୁଁଥିବା ଆଶାୟୀ ଙ୍କ ପାଇଁ ଏହା ଖୁସି ଖବର । ଓଡ଼ିଶାର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ଓଡ଼ିଆରେ ଆସିବ ।

କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଏ ନେଇ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି । ୧୩ଟି ଭାଷା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ। ସିଏପିଏଫ କନଷ୍ଟେବଲ ପରୀକ୍ଷା ଇଂରାଜୀ ଏବଂ ହିନ୍ଦୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ  ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତା ଶାହ ଏପରି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।

CAPFରେ ନିଯୁକ୍ତି ପାଇଁ ଯୁବକଙ୍କୁ ପ୍ରୋତ୍ସାହିତ କରିବା, ସ୍ଥାନୀୟ ନିଯୁକ୍ତି ସୁଯୋଗ ବଢାଇବା ତଥା ଆଞ୍ଚଳିକ ଭାଷାକୁ ପ୍ରାେତ୍ସାହନ ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ନେଇଥିବା ଜଣାପଡ଼ିଛି । ୨୦୨୪ ଜାନୁଆରୀ ୧ରୁ ଏହି ନିୟମ ଲାଗୁ କରାଯିବ ।