Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମେ ୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ୍‌, ଜାଣନ୍ତୁ ୬ ଲୋକସଭା ସିଟରେ କେଉଁଠି କେତେ ବେଳେ ଭୋଟ୍ ?

ଭୁୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ମେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ସିଟ୍ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁୁବନେଶ୍ୱର ଓ ପୁରୀ ସହ ଏହାର ଅଧିନରେ ଥିବା ୪୨ ବିଧାନସଭା ସିଟରେ ମଧ୍ୟ ନିର୍ବାଚନ ହେବ । ଏହା ସହିତ କେଉଁ ସଂସଦୀୟ କ୍ଷେତ୍ରରେ କେତେବେଳେ ଭୋଟ୍ ହେବ ତାର ସମୟ ମଧ୍ୟ ପ୍ରକାଶ ପାଇଛି ।

କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନରେ ଥିବା ୩୫ ବିଧାନସଭା ମଣ୍ଡଳୀରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ ହେବ । କିନ୍ତୁ ସମ୍ବଲପୁର ଲୋକସଭା ପାଇଁ ସମୟରେ କିଛିଟା ପରିବର୍ତ୍ତନ କରାଯାଇଛି । କୁଚିଣ୍ଡା ଓ ରେଢାଖୋଲରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ସେହିପରି ଦେବଗଡରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ୍ ଗ୍ରହଣ ହେବ । ରେଙ୍ଗାଳି, ସମ୍ବଲପୁର, ଛେଣ୍ଡିପଦା ଓ ଆଠମଲ୍ଲିକରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଲୋକେ ଭୋଟ୍ ଦେଇ ପାରିବେ ।

ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ନେତା ମଇଦାନରେ ଅଛନ୍ତି । ଏଥିରେ ବିଜେପିର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ଭର୍ତ୍ତୃହରି ମହତାବ, ସମ୍ବିତପାତ୍ର, ରୁଦ୍ର ନାରାୟଣ ପାଣି ସାମିଲ । ବିଜେଡିରୁ ପ୍ରଣବ ପ୍ରକାଶ ଦାସ, ମନ୍ମଥ ରାଉତରାୟ, ଅରୂପ ପଟ୍ଟନାୟକଙ୍କ ପରି ନେତା ସାମିଲ ।ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୯୪ ଲକ୍ଷ ୪୧ ହଜାର ୭୯୭ଜଣ ଭୋଟର ଥିବାବେଳେ ଏଥିରେ ୪୮ ଲକ୍ଷ ୨୬ ହଜାର ୩୭୫ ପୁରୁଷ ଓ ୪୬ ଲକ୍ଷ ୧୪ ହଜାର ୧୩୪ ଜଣ ମହିଳା ରହିଛନ୍ତି।