ଆସ୍କା: ଆଜି ହିଞ୍ଜିଳି ପାଇଁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସ ଯାଇ ହିଞ୍ଜିଳି ବିଧାନସଭା ସିଟ୍ ପାଇଁ ନାମାଙ୍କନ ଭରିବେ । ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଗଞ୍ଜାମ ଜିଲ୍ଲା ନରସିଂହପୁର ଛକ ହେଲିପ୍ୟାଡରେ ପହଞ୍ଚିଥିଲେ ନବୀନ । ଏହା ପରେ ମା ତାରାତାରିଣୀଙ୍କ ଦର୍ଶନ କରିଛନ୍ତି । ସେଠାରୁ ଛତ୍ରପୁର ଉପ କାର୍ଯ୍ୟାଳୟ ପହଞ୍ଚି ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ ।
ସୂଚନାଯୋଗ୍ୟ, ହିଞ୍ଜିଳି ହେଉଛି ନବୀନଙ୍କ ପାରମ୍ପରିକ ଆସନ । ଏଠାରୁ ତାଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ନିର୍ବାଚନ ଲଢିଥିଲେ । ନବୀନ ୨୦୦୦ ସମିହାରୁ କ୍ରମାଗତ ପାଞ୍ଚ ଥର ଏଠାରୁ ନିର୍ବାଚିତ ହୋଇ ଆସୁଛନ୍ତି । ଷଷ୍ଠ ଥର ପାଇଁ ସେ ହିଞ୍ଜିଳି ମଇଦାନରେ ଓହ୍ଲାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହା ପରେ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।