Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଆ ଅସ୍ମିତା ଓ ଶିଶୁଲେଖାରୁ କୋଣାର୍କ

ଡା.ରାଜାରାମ ଷଡଙ୍ଗୀ
ଓଡିଆ ଅସ୍ମିତାର ଭଗ୍ନ ସ୍ତୁପରେ ଏବେ ଚିତ୍କାର ଶୁଭୁଛି ସିଂହାସନ ଲୋଭୀ ମାନଙ୍କ ଅନର୍ଗଳ ଭାଷଣରୁ।କିନ୍ତୁ ଅସଲ ଅସ୍ମିତା ପ୍ରତି କାହାର ନଜର ନାହିଁ କିମ୍ବା ଓଡିଆ ଅସ୍ମିତାର ମୂଳଦୂଆ ପକାଇଥିବା ସରକାରକୁ ଅନୁକରଣ କରିବା ବା ତାର ଦୂରଦୃଷ୍ଟିକୁ ବଜାୟ ରଖିବା କାହିଁକି ଭୁଲିଯାଏ ? ଓଡିଆ ଅସ୍ମିତା ପାଇଁ ଏତେ ଚିକ୍ତାର କରୁଥିବା ସିଂହାସନ ଲୋଭି କେବେ ଦିନେ କଂଗ୍ରେସ ସରକାର ସମୟର ଅସଲ ଓଡିଆ ଅସ୍ମିତା କ’ଣ ତାକୁ ବୁଝିବାକୁ ଚେଷ୍ଟା କରିଛି ! ନାଁ ନିଜ ଉଦ୍ୟମରେ ଓଡିଆ ରଶ୍ମୀକୁ ବିକିରଣ କରି ପାରିଛି।
କର୍ପୁର ଉଡିଗଲା ପରି କନା ଖଣ୍ଡେ ପଡିରହିଛି ଆମ ଭଗ୍ନ ସ୍ତୁପ ହୋଇ।ଅଥଚ ସଗର୍ବରେ ଆମେ ସବୁ ଦଣ୍ଡାୟମାନ।ଓଡିଆ ଅସ୍ମିତା କିନ୍ତୁ ସେଭଳି ସୁପ୍ତ ହୋଇ ପଡିରହିଛି।
କିନ୍ରୁ ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରିବାକୁ ଯେଉଁ ପୁର୍ବ ସରକାର ନିଷ୍ପତ୍ତି ନେଇ ତୃଣ ମୂଳସ୍ତର ରୁ ଓଡିଆ ଭାଷା ସାହିତ୍ୟ ପାଇଁ ମଳଦୂଆ ପକାଇଥିଲା,ସେହି ସରକାରକୁ ଆଜିର ନାଗରୀକ ଭୂଲିବାକୁ ବସିଲେଣି।ମାଗଣା ଚାଉଳ,ଛତା,ଯୋତା,ସହିତ କୃଷି ଭଳି ମହାନ ମହାନ ତ୍ୟାଗ,ସେବା ଓ ଦାୟିତ୍ୱ ଭଳି ବୃତ୍ତିରୁ ଫେରିଆସି ଚାଷୀ କାଳିଆ ହେଉବା ପ୍ରଧାନମନ୍ତ୍ରୀ କୃଷି ଭତ୍ତାର ଲାଭାର୍ଥୀ ହେବାକୁ ଅଣ୍ଟା ଭିଡିଛନ୍ତି। କେତେ ଲଜ୍ଜିତ ଏ ପରମ୍ପରା ଅବା ଯୋଜନା ।ଚାଷ ଭଳି ଚାଷୀର ଉର୍ବର ମସ୍ତିଷ୍କକୁ ଖତମ କରିଦେବା ଭଳି ରାଜ୍ୟ ଓ କେନ୍ଦ୍ର ସରକାର କେତେବଡ ଷଡଯନ୍ତ୍ର ରଟନା କରିଛନ୍ତି ଏହା ସାଧାରଣ ଚାଷୀଟେ ପ୍ରଥମେ ବୁଝିବା ଆବଶ୍ୟକ। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଆ ଅସ୍ମିତା ଉପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବହୁତ ମାନେ ରଖୁଛି।
ଓଡିଶା ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମକୁ ବୟାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଓଡିଆ ଭାଷା ଓ ଅସ୍ମିତା ବିପଦରେ । ଏହା ସହ ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ବିଜେଡି ସରକାର ଅଧିନରେ ଓଡିଶାର ପରିଚୟ ବିପଦରେ । ଓଡିଶାର ଅସ୍ମିତା ଓ ଭାଷା ବିପଦରେ ପଡିଛି । ଓଡିଶାବାସୀ ଏହାକୁ ଆଉ ବେଶୀଦିନ ବରଦାସ୍ତ କରିପାରିବେ ନାହିଁ । ଏଭଳି ସ୍ଥିତିରେ ଓଡିଶାରେ ବିଜେପିକୁ ସେବା ପାଇଁ ସୁଯୋଗ ମିଳିବା ଦରକାର । ମୋଦି ଆହୁରି କହିଛନ୍ତି, ପ୍ରାକୃତିକ ସମ୍ପଦରେ ଭରପୂର ହୋଇ ରହିଛି ଓଡିଶା । ଏତେ ସମ୍ପଦରେ ଭରପୂର ଓଡିଶା ରାଜ୍ୟରେ ୧ ନମ୍ବର ହେବା କଥା । କିନ୍ତୁ ଓଡିଶାର ସ୍ଥିତି କଣ ବୋଲି ପ୍ରଶ୍ନ କରିଛନ୍ତି ମୋଦି।
ଠିକ ସମୟରେ ମୋଦି ଯାହା କହିଛନ୍ତି ଓଡିଶାର କିଛି ଲୋକଙ୍କୁ ତାହା ଭଲ ଲାଗିନପାରେ। କିନ୍ତୁ ଆନ୍ତରିକତା ଭିତରେ ଭାବନା ପ୍ରସୁତ ରହସ୍ୟ ଛନ୍ଧି ହୋଇଛି ଅସଲ ଓଡିଆର ପ୍ରାଣରେ।
ଓଡିଆ ଅସ୍ମିତା ନେଇ ସରକାର ବର୍ତ୍ତମାନ କଣ କରିଛନ୍ତି ଅବା କରୁଛନ୍ତି ତାହା ବଡ କଥା ନୁହେଁ। କିନ୍ତୁ ଓଡିଆ ଅସ୍ମିତା ନେଇ ରାଜନୈତିକ ଉସ୍ମତାକୁ ତେଜାଇଛି ।ଏଥିରେ ବିଜେପି ମଧ୍ୟ ସାମିଲ ହୋଇଛି ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ କିନ୍ତୁ ଓଡିଆ ପ୍ରାଣକୁ ଧୋଇ ଦେଇଛି।
ଅସଲରେ କିନ୍ତୁ ଓଡିଆ ଅସ୍ମିତାକୁ ନେଇ ବର୍ତ୍ତମାନ ଏକ ଆହ୍ୱାନର ପ୍ରଶ୍ନ ହୋଇ ଠିଆ ହୋଇଛି। ଦିନକୁ ଦିନ ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ଲୋପ ପାଇବାକୂ ଯାଉଥିବା ବେଳେ ଓଡିଶାର ତାର କିର୍ତ୍ତି ହଜାଇବାକୁ ଯାଉଛି।ଏଭଳି ଅବସ୍ଥା ଜାରି ରହିଲେ ଓଡିଆ ଓ ଓଡିଶା ଦିଗହଜା ହେବ।ତେଣୁ ସରକାର କଂଗ୍ରେସର ଭୂମିକାକୁ ଗୁରୁତ୍ୱ ଦେବକି ? ସେମିତି ଦେଖିବାକୁ ଗଲେ ଓଡିଆ ଭାଷାରେ ଓଡିଶାର ସରକାରୀଓ ବେସରକାରୀ ବିଭିନ୍ନ ଅନୁଷ୍ଠାନ ,ପ୍ରତିଷ୍ଠାନ, ଦୋକାନ , ବଜାରରେ ଓଡିଆ ଭାଷାର ସାଇନବୋର୍ଡ ଲାଗିବ ବୋଲି ସରକାର ନିଜ ନିଷ୍ପତ୍ତିରୁ ବହୁ ଦୂରରେ ।ଏପରିକି ଓଡିଆ ଭାଷାରେ ଫାଇଲ ମଧ୍ୟ ଲେଖା ହୋଇ ପାରିଲା ନାହିଁ।ପ୍ରତିବାଦର ସ୍ୱର ମଧ୍ୟ ବାହାରିଲା ନାହିଁ। କାଁ ଭାଁ ଯେଉଁଠି ସ୍ୱର ଉଠିଲା ତାହା ପାଣି ଫୋଟକା ପରି ମିଲେଇ ଗଲା। ଏପରିକି ଆଶା କରାଯାଉଥିଲା ପଞ୍ଚାୟତରାଜ ଶାସନ ବ୍ୟବସ୍ଥାରେ ଥିବା ସରପଞ୍ଚ୍ ,ସମିତି ଅବା ଜିଲ୍ଲା ପରିଷଦ ଅନ୍ତର୍ଭୁକ୍ତ ଲୋକ ପ୍ରତିନିଧି ମାନେ ସରକାରୀ ବିଜ୍ଞପ୍ତି,ଚିଠି ପତ୍ରକୁ ଭଲ ଭାବେ ବୁଝିପାରି ଅନ୍ତତଃ ଏଦିଗରେ ଭଲ ଦାବି ଉଠାଇ ସରକାରି ନଥିପତ୍ରରେ ଓଡିଆ ଭାଷାକୁ ସ୍ଥାନିତ କାରାଇବା ଦିଗରେ ବଡ ଭୂମିକା ଗ୍ରହଣ କରିବେ।ତାହାବି ହେଲା ନାହିଁ। ଅମଲାତନ୍ତ୍ର ଶାସନ ବ୍ୟବସ୍ଥା ସେମାନେ ମଧ୍ୟ ଠେସି ହୋଇ ରହିଗଲେ।
ଏଭଳି କ୍ଷେତ୍ରରେ ଓଡିଆ ଅସ୍ମିତାର ଭବିଷ୍ୟତ କ’ଣ ହେବ ! ଓଡିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ ପ୍ରାଥମିକ ବିଦ୍ୟାଳୟରୁ ଓଡିଆ ଅସ୍ମିତାର ପରିଚୟ ରହିଥିଲା।ପିଲାଙ୍କ ମନରେ ଭାଷା ପ୍ରିତି ରହିଥିଲା। ସମସ୍ତଙ୍କ ମନେଥିବ ପିଲାଟି ଦିନରୁ କୈଶୋର ବୟସ ପର୍ଯ୍ୟନ ରାଜ୍ୟ ସରକାର ଶିଶୁଲେଖା,କୋଣାର୍କ ଭଳି ପତ୍ରିକା ପ୍ରକାଶନ କରି ଓଡିଆ ଅସ୍ମିତାକୁ ଜୀନିତ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ। ଆମ ଭଳି ଅନେକ ଯୁବ ଛାତ୍ର ଏହି ପତ୍ରିକା ପାଇବାକୁ ମାସ ଶେଷକୁ ଅପେକ୍ଷା ରଖୁଥିଲେ।ନିଜର ଆଲେଖ୍ୟ ପ୍ରକାଶ କରି ସରକାରଙ୍କ ଠାରୁ ଏକ ସ୍ୱୀକୃତି ଲାଭ କରୁଥିଲେ।ଶିଶୁଲେଖା,କୋଣାର୍କ,ଉତ୍କଳ ପ୍ରସଙ୍ଗ ଭଳି ପତ୍ରିକା ଲେଖା ପ୍ରକାଶ କରି କିଛି ପାରଶ୍ରମିକ ମଧ୍ୟ ପାଉଥିଲେ ।କିନ୍ତୁ ତାହା ଦିନକୁ ଏହି ପତ୍ରିକା ପ୍ରକାଶନ ନାମକୁ ମାତ୍ର ରହିଲା।ଆଗକୁ ଏହା ପ୍ରଭାବି ହୋଇପାରିଲା ନାହିଁ । କିନ୍ତୁ ଓଡିଆ ଅସ୍ମିତା ପାଇଁ ଅଙ୍କ କଷୁଥିବା ରାଜନୈତିକ ଦଳ ଓ ନେତା ଏବେ ସ୍ପଷ୍ଟ କହିପାରିବେକି ନିଜ ସରକାର ଆସିଲେ ଏହି ୩ ଟି ପତ୍ରିକା ନିୟମିତ ଭାବେ ପ୍ରକାଶ କରାଯାଇ ଓଡିଆ ଓ ଓଡିଶାକୁ ଏକ ପ୍ରଭାବଶାଳୀ ଢଙ୍ଗରେ ଆଗେଇ ନେବାକୁ ଶିଶୁଲେଖାରୁ କୋଣାର୍କ ଏକ ମଜଭୁତ୍ ପିଲର ହୋଇପାରିବତ?
ଫୋନ:୯୪୩୭୪ ୦୫୪୫୫

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ