Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ, ମିଶନ ଶକ୍ତି ପଦରୁ ବିଦା ହେଲେ ସୁଜାତା ପାଣ୍ଡିଆନ

ଭୁବନେଶ୍ୱର: ବିଜେଡିର ନମ୍ବର-ଟୁ ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରେ ନିର୍ବାଚନ ଆୟୋଗଙ୍କ ଛାଟ । ମିଶନ ଶକ୍ତି ବିଭାଗର ସଚିବ ପଦରୁ ତାଙ୍କୁ ତତ୍କାଳ ପ୍ରଭାବରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ସରକାରୀ କଳ ଓ କ୍ଷମତାର ଦୁରୁପଯୋଗ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଚାପ ପକାଇବା ବିଜେପିର ଏପରି ସଙ୍ଗୀନ ଅଭିଯୋଗ ଉପରେ ଇସିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନିର୍ବାଚନ କମିଶନ ଗୁରୁବାର ବିଳମ୍ବିତ ରାତିରେ ସୁଜାତାଙ୍କୁ ସାଧାରଣ ଲୋକଙ୍କ ସହ ଜଡିତ ନ ଥିବା ବିଭାଗକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି । ଅନେକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି।

ବିଜେପିର ବରିଷ୍ଠ ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୁରୁବାର ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଓଡ଼ିଶାରେ ମହିଳା ଭୋଟରମାନଙ୍କୁ ଧମକଚମକ ଦିଆଯାଇ ବିଜେଡି ସପକ୍ଷରେ ଭୋଟ୍ ଦେବା ନିମନ୍ତେ ଚାପ ପକାଯାଉଥିବାର ଲିଖିତ ଅଭିଯୋଗ କରିଥିଲେ । ଭୋଟରଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନିର୍ବାଚନ କମିଶନ ଏସଭିଇଇପି(ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ) ଭଳି ଫ୍ଲାଗସିପ୍ କାର‌୍ୟ୍ୟକ୍ରମର ଦୁରୂପଯୋଗ କରି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ କିଭଳି ମହିଳା ଏସଏଚଜି ସଦସ୍ୟମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଧମକଚମକ ଦେଉଛି ତା’ର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଏପରିକି ବିଜେଡିକୁ ଭୋଟ୍ ନଦେଲେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଓ ଋଣ ଦିଆଯିବ ନାହିଁ ବୋଲି ମହିଳା ଏସଏଚଜିଙ୍କୁ ଧମକ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିଥିଲା ।

ବିଜେପିର ବରିଷ୍ଠ ନେତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ରାଜୀବ ଚନ୍ଦ୍ରଶେଖର, ସୁଧାଂଶୁ ତ୍ରିବେଦୀ ଓ ଓମ୍ ପାଠକ ଆଜି ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଏ ସଂପର୍କରେ ଅଭିଯୋଗ କରିଥିଲେ । ନିର୍ବାଚନ ଆୟୋଗ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମିଶନ ଶକ୍ତି ବିଭାଗର ସଚିବ ପଦରୁ ତାଙ୍କୁ ତତ୍କାଳ ପ୍ରଭାବରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ