Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥଇଥାନ ହେଲେ ଅନାଥ ଦୁଇଜଣ ଶିଶୁ

କଳାହାଣ୍ଡି, ୦୩/୦୫ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାଂଝରି ଗାଁ ରେ ରହୁଥିଲେ ଦୁଇ ଅନାଥ ଅସହାୟ ଶିଶୁ l ପିତା ଉଦ୍ଧବ କାଣ୍ଡ ଓ ମାତା ମୁକ୍ତା କାଣ୍ଡ ଦୁଇ ଙ୍କ ଦେହାନ୍ତ ପରେ ଦୁଇ ଶିଶୁ ଅସହାୟ ଜୀବନ ଯାପନ କରୁଥିଲେ l ପରିବାର କହିଲେ ଉଦ୍ଧବ ଓ ମୁକ୍ତା ଓ ସେମାନଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ l ବାର ବର୍ଷ ତଳେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୁକ୍ତା ଙ୍କ ଦେହାନ୍ତ ହୋଇଥିବା ବେଳେ ଗତମାସ ଉଦ୍ଧବ ଙ୍କ ତେଲେଙ୍ଗାନା ରେ ଦେହାନ୍ତ ହୋଇଥିଲା l ନିଜର ବୋଲି ଜମିବାଡ଼ି ଖଣ୍ଡିଏ ମଧ୍ୟ ନଥିବାରୁ ଉଦ୍ଧବ ପ୍ରତିବର୍ଷ ତେଲେଙ୍ଗାନା ଯାଇ କାମ କରି ପରିବାର ପ୍ରତିପୋଷଣ କରୁଥିଲେ l ଏପଟେ ପୁଅ ଓ ଝିଅ ଗାଁ ରେ ରହୁଥିଲେ l ପିତା ଙ୍କ ଦେହାନ୍ତ ପରେ ଦୁଇ ପୁଅ ଝିଅ ଦେଖୁ ଦେଖୁ ଅନାଥ ହୋଇଗଲେ l ସେମାନେ ବହୁତ ଅସୁବିଧା ରେ ରହୁଥିବା ବିଷୟରେ ଜାଣିଲାପରେ ସମାଜସେବୀ ଶ୍ରୀ ଯଶୋବନ୍ତ ରଣା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ମହାପାତ୍ର ଙ୍କୁ ଅବଗତ କରିଥିଲେ l ଶିଶୁ ସୁରକ୍ଷା ଅଧୁକାରୀ ଙ୍କ ନିର୍ଦେଶ କ୍ରମେ ଗତକାଲି ସୁଧାଂଶୁ ମହାପାତ୍ର, ଗୁରୁପ୍ରସାଦ ନାଏକ ଙ୍କ ସହ ସମାଜସେବୀ ଯଶୋବନ୍ତ ରଣା ମାଂଝରି ଗାଁ କୁ ଯାଇ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ l ସମସ୍ତ ଙ୍କ ନିଷ୍ପତି କ୍ରମେ ପୁଅ ସିଦ୍ଧାନ୍ତ ଙ୍କୁ ଭବାନୀପାଟଣା ସ୍ଥିତ ଏକ ଆଶ୍ରମ ରେ ରଖି ପଢ଼ିବାର ବ୍ୟବସ୍ଥା କରାଗଲା l ଝିଅ ଟୁନି ଗାଁ ରେ ରହିବ l ସିଦ୍ଧାନ୍ତ ର ସମସ୍ତ ପଢ଼ାଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ l ସ୍ବେଛାସେବୀ ଙ୍କ ଏହିପରି ପ୍ରୟାସ କୁ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ