Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଞ୍ଜେଇ ବେପାରୀଙ୍କ ପତ୍ନୀ BJDର ଖଣ୍ଡପଡ଼ା ପ୍ରାର୍ଥୀ !

ଖଣ୍ଡପଡ଼ା: ଟିକେଟ ଆଶା ଧୂଳିସାତ ହେବା ପରେ ଇସ୍ତଫା ଦେବା ସହ ବିଜେଡି ବିରୋଧରେ ବିଷ ଉଗାରିଲେ ଗରିଷ୍ଠ ନେତା ଅନୁଭବ ପଟ୍ଟନାୟକ । ବିଜେଡି ଘଣ୍ଡପଡ଼ାରେ ଦେଇଥିବା ପ୍ରାର୍ଥୀଙ୍କ ସ୍ବାମୀ ଜଣେ ଗଞ୍ଜେଇ ବେପାରୀ ବୋଲି ଖୋଲାଖୋଲି କହିଛନ୍ତି ଅନୁଭବ । ସେତିକି ନୁହେଁ, ଆଗକୁ ଅନୁଭବ କହିଛନ୍ତି, ‘ସେ କେବଳ ଗଞ୍ଜେଇ ବେପାରୀ ନୁହଁନ୍ତି, ଜଣେ ହତ୍ୟା ଅଭିଯୁକ୍ତ ମଧ୍ୟ । ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ଯେକୌଣସି ସମୟରେ ସେ ଗିରଫ ହୋଇପାରନ୍ତି ।’

ଟିକେଟ ନମିଳିବା ପରେ ଏମିତି ଢଙ୍ଗରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ଓ ତାଙ୍କ ସ୍ୱାମୀ ବେଣୁଧର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ।

ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ଅନୁଭବ ପଟ୍ଟନାୟକ । ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା । ତଥାପି ସେ ବିଜେଡି ଛାଡ଼ି ନଥିଲେ । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିବା କାମରେ ଲାଗିଥିଲେ । ଭାବିଥିଲେ ୨୦୨୪ରେ ତାଙ୍କୁ ଟିକେଟ୍‌ ମିଳିବ । ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ତାଙ୍କ ସ୍ଥାନରେ ବେଣୁଧରଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏହି ଖବର ଅନୁଭବଙ୍କୁ ହତାଶ କରିଦେଇଥିଲା । ଯାହାଫଳରେ ସେ ବିଜେଡିରୁ ସଙ୍ଗେ ସଙ୍ଗେ ଇସ୍ତଫା ଦେଇଥିଲେ ।