ପୁଣି ଫେରିବେ ରକି ଭାଇ; ଖୁବ୍‌ ଶୀଘ୍ର ରିଲିଜ ହେବ କେଜିଏଫ୍‌-୩!


ମୁମ୍ବାଇ: ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି ମୁଭି କେଜିଏଫ୍‌-୩। ପୁଣି ପରଦାରେ ରକ୍‌ କରିବେ ପ୍ରିୟ ରକି ଭାଇ। ଏନେଇ ଏକ ବଡ଼ ଖୁଲାସା ହୋଇଛି ।

KGF ଚାପ୍ଟର ୨ର କ୍ରେଜ୍‌ ଏବେ ବି ଦର୍ଶକଙ୍କ ମନରୁ ଲିଭିନି। ଖୁବ୍‌ ଶୀଘ୍ର ଦର୍ଶକଙ୍କ ଅପେକ୍ଷାର ଅନ୍ତ ‌ହେବାକୁ ଯାଉଛି। ଏବେ ପୁଣି ଆସିବାକୁ ଯାଉଛି କେଜିଏଫ୍‌-୩। କେଜିଏଫ୍‌-୨ର କାହାଣୀ ସିନେପ୍ରେମୀଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଫିଲ୍ମର ହିରୋ ରକି ଭାଇ ଅର୍ଥାତ୍‌ ୟଶ୍‌ଙ୍କ ଲୁକ୍‌ ଓ ଷ୍ଟାଇଲ୍‌ ଦର୍ଶକଙ୍କୁ ବିମୋହିତ କରିଥିଲା।

KGF ୨ରେ ରକି ଭାଇଙ୍କୁ ସମୁଦ୍ରରେ ବୁଡ଼ିଯିବା ଦେଖାଯାଇଥିଲା । ଏହି ଫିଲ୍ମର ଶେଷରେ ବି ଚାପ୍ଟର ୩ ନେଇ ବି ଛୋଟିଆ ହିଣ୍ଟ ଦିଆଯାଇଥିଲା । ଏହା ପରଠୁ ଫ୍ୟାନ୍ସମାନେ ଚାପ୍ଟର ୩କୁ ନେଇ ବେଶ୍‌ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି।

ହମ୍ବଲ ଫିଲ୍ମସ KGF ଚାପ୍ଟର ୨କୁ ବର୍ଷେ ପୁରି ଥିବାରୁ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ରକି ଭାଇଙ୍କ ଆକ୍ସନ ଏବଂ ଜୀବନୀକୁ ନେଇ ସେଲିବ୍ରେଟ କରାଯାଇଛି । ଏହି ଭିଡିଓରେ କାହାଣୀ ଓଲଟା ଚାଲୁଥିବାର ଦେଖିବାକୁ ମିଳିଛି। ଏହା ସହ ଏଥିରେ କିଛି ପ୍ରଶ୍ନ ବି ଲେଖାଯାଇଛି । ରକି ଭାଇ ୧୯୭୮ରୁ ୧୯୮୧ ଯାଏ କେଉଁଥି ଥିଲେ ବୋଲି ପ୍ରଶ୍ନ ରହିଛି । ୩ ବର୍ଷ ରକି ଭାଇ ଗାଏବ ହେବା ପଛର କାରଣ କ’ଣ? ଏହି କାହାଣୀକୁ ନେଇ ଚାପ୍ଟର ୩ ଆସିବାକୁ ଯାଉଛି । ଏପରି କିଛି ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଉତ୍ସାହ ବଢ଼ାଇ ଦେଇଛି ।