Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକେ ପାଣ୍ଡିଆନ ଙ୍କ ଧବଳେଶ୍ଵର ମନ୍ଦିର ରେ ପୂଜାର୍ଚ୍ଚନା।

ଗୋପାଳପୁର,୦୭/୦୫
ବିଜେଡି ର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ୪ ଦିନିଆ ଗଞ୍ଜାମ ଗସ୍ତ ରେ ଆସି ସୋମବାର ଗୋପାଳପୁର ଓ ବ୍ରହ୍ମପୁର ରେ ରୋଡ ସୋ କରି ଗୋପାଳପୁର ରେ ରାତ୍ରିଯାପନ କରିଥିଲେ।ଆଜି ସକଳ ସାଢେ଼ ୬ ଟା ଗୋଳାବନ୍ଧ ସନ୍ନିକଟ ଧବଳେଶ୍ଵର ଠାରେ ଧବଳେଶ୍ଵର ମନ୍ଦିର ପରିଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।ଏହି ସମୟରେ ଗୋପାଳପୁର ବିଜେଡିର ଅନେକ ନେତା ଓ କର୍ମୀ ଉପସ୍ଥିତ ରହି ସାକ୍ଷାତ କରିବା ସହ ଗୋପାଳପୁର ର ରାଜନୈତିକ ସ୍ଥିତି ନେଇ ଆଲୋଚନା କରିଥିଲେ।ଏହି ଅବସରରେ ଗୋଳାବନ୍ଧ ପଞ୍ଚାୟତ ପକ୍ଷରୁ ଶ୍ରୀ ପାଣ୍ଡିଆନ କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ରଣ୍ଢା ସରପଞ୍ଚ ଅଜିତ ରାଉଳ ବିଶ୍ବନାଥ ପୁର ସମିତି ସଭ୍ୟ ବିଷ୍ଣୁପ୍ରିୟା ନାୟକ ଙ୍କ ସମେତ ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories