Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅଦ୍ରିଜାଙ୍କ ପ୍ରଶ୍ନ, ମୋ ନିର୍ଯାତନା ଜାଣି କିଭଳି ସେ ପରିବାରକୁ ଟିକେଟ୍ ଦେଲେ

ବଲାଙ୍ଗିର: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଞ୍ଜରୀ ସିଂହଦେଓ । ଅର୍କେଶ ସିଂହଦେଓଙ୍କ ପତ୍ନୀ ତଥା ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ବୋହୂ ହେଉଛନ୍ତି ଅଦ୍ରିଜା । ସେ କହିଛନ୍ତି ମୋ ନିର୍ଯାତନା ଜାଣି କିଭଳି ପରିବାରକୁ ଟିକେଟ୍ ଦେଲେ ବୋଲି ସେ ପଚାରିଛନ୍ତି ।

ଅଦ୍ରିଜା କହିଛନ୍ତି, ନବୀନ ବାବୁ ମହିଳାଙ୍କ ଉନ୍ନତି ପାଇଁ କାମ କରୁଥିବା କହି ଚାଲିଛନ୍ତି । ମୋ ଉପରେ ସେ ପରିବାରର ଅତ୍ୟାଚାର କଥା ଜାଣିଛନ୍ତି । ସବୁ କଥା ଜାଣି କିଭଳି ସେ ପରିବାରର ଜଣକୁ ଟିକେଟ୍ ଦେଲେ । ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କଣ ଥିବ । ମୁଁ ବଲାଙ୍ଗିରରେ ବୁଲିବି, ମୋ ନିର୍ଯାତନା କାହାଣୀ ଲୋକଙ୍କୁ କହିବି । ତେବେ ରାଜନୀତିରେ କୌଣସି ରୁଚି ନ ଥିବା ଅଦ୍ରିଜା ସ୍ପଷ୍ଟ କରିଛନ୍ତି । ମୁଁ କୌଣସି ଦଳ ପାଇଁ ଆସିନି, ମୁଁ ନ୍ୟାୟ ପାଇବାକୁ ଚାହୁଁଛି । ଉଲ୍ଲେଖନୀୟ ଅଦ୍ରିଜାଙ୍କ ଦେଢଶୂର କଳିକେଶଙ୍କୁ ବଲାଙ୍ଗିର ବିଧାନସଭାରୁ ପ୍ରାର୍ଥୀ କରିଛି ବିଜେଡି ।

ସୂଚନାଯୋଗ୍ୟ, ୨୦୧୭ ମସିହା ନଭେମ୍ବର ମାସରେ ଅଦ୍ରିଜାଙ୍କୁ ବିବାହ କରିଥିଲେ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ସିଂହଦେଓ। ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ ।୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ବିଜେଡିରୁ ଟିକେଟ୍ ପାଇବା ପରେ ଅଦ୍ରିଜା ତାଙ୍କ ପାଇଁ ପ୍ରଚାର କରିଥିଲେ। ନିର୍ବାଚନରେ ଅର୍କେଶ ହାରିବା ପରେ ଡେରାଡୁନରେ ଥିବା ଅନଙ୍ଗ ଉଦୟଙ୍କ ଘରେ ସ୍ଵାମୀ-ସ୍ତ୍ରୀ ରହୁଥିଲେ । ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ ଚାଲିଥିବା ବେଳେ ଗତ ବର୍ଷ ସେପ୍ଟେମ୍ବରରେ ଅଦ୍ରିଜା ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । କେବଳ ସ୍ୱାମୀ ନୁହେଁ ଶାଶୁଘର ଲୋକ ଏପରିକି ଡେରାଡୁନରେ ତାଙ୍କ ଘରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଥିଲେ । ଏହା ପରେ ରାଜ ପରିବାରର ଘର କଳି ପଦାକୁ ଆସିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ