କଂଗ୍ରେସ ଓ ବିଜେପି କର୍ମୀଙ୍କ ବି ଜେ ଡି ରେ ଯୋଗଦାନ ।


ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଶିଶୁଅ ଗ୍ରାମପଞ୍ଚାୟତ ର ନିରାଡ଼ି ଗ୍ରାମ ଠାରେ ବିଜୁ ଜନତାଦଳ ତରଫରୁ ସାଧାରଣ ନିର୍ବାଚନ କୁ ଆଖିଆଗରେ ରଖି ଗୁରୁବାର ଦିନ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇ ଅଛି । ମିଶ୍ରଣ ପର୍ବର ଅନୁଷ୍ଠିତ ଏହି ସମାବେଶର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରିଜିଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ରହିଥିଲେ । ଶିଶୁଅ ଗ୍ରାମପଞ୍ଚାୟତ ର କଂଗ୍ରେସ ଦଳ ର ସଭାପତି ଅଗାଧୁ ମହାନ୍ତି, ବିଜେପି ଦଳର ରବୀନ୍ଦ୍ର ସେଠି ଙ୍କ ସମେତ ୪୦ରୁ ଉର୍ଦ୍ଧ ପରିବାର କଂଗ୍ରେସ ଓ ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇ ଥିଲେ । ସେମାନେ ସାମିଲ ହେବା ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା,ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ଵାଧୀନ କୁମାର ନାୟକ ନୂତନ ଭାବେ ସାମିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଆଗାମୀ ନିର୍ବାଚନ ରେ ସେମାନେ ବିଧାୟକ ପ୍ରାଥି ତୁଷାରକାନ୍ତି ବେହେରା,ଓ ସାଂସଦ ପ୍ରାଥି ରାଜଶ୍ରୀ ମାଲିକ କ ଙ୍କୁ ସଂଖ ଚିହ୍ନ ରେ ଭୋଟ ବୋଲି ଗଣ ମାଧ୍ୟମ କୁ କହିଛନ୍ତି ।