Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନୀ ସଭାରେ ଜନ ସମୁଦ୍ର।ଭଲ ଲୋକଙ୍କୁ ଭୋଟ ଦେଇ ଜିତାନ୍ତୁ – ମୁଖ୍ୟମନ୍ତ୍ରୀ

ଗୋପାଳପୁର,୦୯/୦୫
କନିଷି ଠାରେ ଆୟୋଜିତ ବିଜେଡି ର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଭଲ ଲୋକଙ୍କୁ ଭୋଟ ଦେଇ ଜିତାଇବା କୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଙ୍କ ସମେତ ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା,ଚିକିଟି ପ୍ରାଥୀ ଚିନ୍ମୟା ନନ୍ଦ ଶ୍ରୀରୂପ ଦେବ, ଛତ୍ରପୁର ପ୍ରାର୍ଥୀ ସୁବାଷ ବେହେରା, ଦିଗପହଣ୍ଡି ପ୍ରାର୍ଥୀ ବିଳ୍ପବ ପାତ୍ର ଓ ବ୍ରହ୍ମପୁର ପ୍ରାର୍ଥୀ ଡ଼ ରେଶମ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଙ୍କ ସମେତ ମନ୍ତ୍ରୀ ଉଷା ଦେବୀ ଙ୍କ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ପ୍ରମୁଖ ମଞ୍ଚାସିନ ରହିଥିଲେ।ଏହି ଅବସରରେ ଶ୍ରୀ ପଣ୍ଡା ଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ କାମ ଆଜି କଥା କହୁଛି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ର ରୂପାନ୍ତିକରଣ ହୋଇଥିବା ସହ ବହୁବିଧ ଉନ୍ନତି ସମ୍ଭବ ସୋଇପାରିଛି।
ଆମକୁ ଗଞ୍ଜାମ ଜିଲ୍ଲାରେ ୧୩ ଟି ବିଧାୟକ ସମେତ ୨ ଟି ସାଂସଦ ପ୍ରାର୍ଥୀ ଙ୍କୁ ଜିତାଇ ଆଣିବା ପାଇଁ ସଂକଳ୍ପ ନେବାକୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ।ଗତ ୧୦ ବର୍ଷ ହେଲା ଯେଉଁ ସରକାର କେବଳ ପ୍ରତିଶ୍ରୁତି ଦେଇ ଠକି ଚାଲିଥିବା ବେଳେ ନବୀନ ସରକାର ଓଡ଼ିଶାବାସୀ ଙ୍କ ପାଇଁ ସବୁ କରିଛନ୍ତି, ଏବଂ ଆଗାମୀ ଦିନରେ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିବେ ବୋଲି ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ଶୁଭାଶିଷ ସାହୁ ,ରାମହରି ଦାସ , ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ, ସରପଞ୍ଚ ଅଜିତ ରାଉଳ, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ ଙ୍କ ସମେତ ପ୍ରାୟ ୬୦ ହଜାରରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ