Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୋଦୀଙ୍କ ରୋଡ୍ ଶୋ, ଏହି ସମୟରୁ ଏହି ସମୟ ଯାଏ ବନ୍ଦ ରହିବ ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ ରାସ୍ତା

ଭୁବନେଶ୍ୱର: ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ଶୁକ୍ରବାର ରାତି ୮ଟା ୧୦ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମୋଦୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିଜେପି ପାର୍ଟି ଅଫିସଠାରୁ ବାଣୀବିହାର ଯାଏଁ ରୋଡ ଶୋ କରି ପ୍ରଚାର କରିବେ । ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଅନ୍ୟ ପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବିମାନ ବନ୍ଦରରୁ ବିମାନବନ୍ଦର ଟ୍ରାଫିକ୍ ଛକ ଦେଇ କ୍ୟାପିଟାଲ ହସ୍ପିଟାଲ, ଏଜି ଛକ, ପିଏମ୍‌ଜି ଛକ, ପୁଣି ଗାନ୍ଧିମାର୍ଗରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଦେଇ ପିଏମ ମୋଦୀ ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିବେ । ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ୧୨ଟି ମଞ୍ଚ ବନ୍ଧାଯାଇଛି । ପ୍ରତି ମଞ୍ଚରେ ବିଜେପି ପକ୍ଷରୁ ଓଡ଼ିଶାର ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।

ମୋଦୀଙ୍କ ରୋଡ୍ ଶୋ ପାଇଁ ଜନପଥରେ ଟ୍ରାଫିକ କଟକଣା ଲଗାଇଛି । ଆଜି ଅପରାହ୍ଣ ୨ଟାରୁ ରୋଡ୍ ଶୋ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର‌୍ୟ୍ୟନ୍ତ ରାସ୍ତା ବନ୍ଦ ରହିବ । ଅପରାହ୍ନ ୪ଟାରୁ ରୋଡ୍ ଶୋ’ ଶେଷ ହେବା ଯାଏଁ ଜନପଥର ଅପରପାର୍ଶ୍ବ ଅର୍ଥାତ୍ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାକୁ ବନ୍ଦ କରାଯିବ । ଏହା ସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ସିଲ୍ କରାଯିବ ।

ରୋଡ୍ ଶୋ’ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ଦାୟିତ୍ୱ ନିଆଯାଇଛି । ବ୍ଲୁ ବୁକ୍ ଅନୁସାରେ ଏସ୍‌ପିଜି ସହ ମିଶି ପୋଲିସ ସୁରକ୍ଷାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଗୁରୁବାର ଦିନ ସାରା ଜନପଥର ୨ ପାଶ୍ୱର୍ରେ ପଡୁଥିବା ସପିଂ ମଲ୍‌, ଉଚ୍ଚ ଅଟାଳିକାଗୁଡିକ ଯାଞ୍ଚ କରାଯାଇଛି । ଏସ୍‌ପିଜି କମାଣ୍ଡୋମାନେ ବାଇନାକୁଲାର ଯୋଗେ ସମ୍ବେଦନଶୀଳ ପଏଣ୍ଟ ଚିହ୍ନଟ କରିଛନ୍ତି ।

ମୋଦୀଙ୍କ ରୋଡ୍ ସୋ’ ପାଇଁ ମୋଟ୍ ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାସହ ୩ଟି ଆଣ୍ଟି ଟେରର୍ ଗ୍ରୁପ୍ ମଧ୍ୟ ରୋଡ୍ ଶୋ’କୁ ଜଗିବ । ରାତି ପ୍ରାୟ ସାଢେ ୯ଟାରେ ରୋଡ୍ ଶୋ ବାଣୀବିହାର ଛକରେ ସରିବା ପରେ କାରକେଡ୍ ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଦେଇ ସିଧା ରାଜଭବନକୁ ଯିବ । ସେଠାରେ ମୋଦୀ ରାତ୍ରିଯାପନ କରିବେ ।