Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧୭ରେ ଆସିବେ ଖଡଗେ, କଂଗ୍ରେସ ଶିବିର ଉତ୍ସାହିତ

ଭୁବନେଶ୍ୱର: ଓଡିଶାରେ କଂଗ୍ରେସର ପ୍ରଚାରକୁ ଆହୁରି ଗତି ଦେବାକୁ ୧୭ ତାରିଖରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ କନ୍ଧମାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଖଡଗେଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ ହୋଇ ପଡିଛି । ତାଙ୍କ ଗସ୍ତକୁ ନେଇ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି ।

ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଲେପୁର ଗସ୍ତ କରିଥିଲେ । ସେ ଏହି ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶାଣିତ ସ୍ୱରରେ ହମଲା କରିଥିଲେ । ଗତ ୩ ତାରିଖରେ ରାହୁଲ ଗାନ୍ଧୀଙ୍କ ରାୟଗଡା ଗସ୍ତ କାର୍ଯ୍ୟକ୍ରମ ଥିଲା । କିନ୍ତୁ ରାୟବରେଲିରେ ନାମାଙ୍କନ ପତ୍ର ଦାଖଲ କରିବାରୁ ସେ ଗସ୍ତ ବାତିଲ କରିଥିଲେ । କିନ୍ତୁ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରିୟଙ୍କା ଗାନ୍ଧୀଙ୍କ ନବରଙ୍ଗପୁରରେ ପ୍ରଚାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ତାଙ୍କର ଗସ୍ତକୁ ନେଇ କୌଣସି ସୂଚନା ନାହିଁ । ତେବେ ପ୍ରଚାରରେ ବିଜେଡି ଓ ବିଜେପି ତୁଳନାରେ କଂଗ୍ରେସ ପଛରେ ରହିଛି ।