ପାରଳାଖେମୁଣ୍ଡି:୧୦/୫(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି l ଉକ୍ତ ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଓ ଉପ-ଜିଲ୍ଲାପଳ ଶ୍ରୀଯୁକ୍ତ ଅନୁପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା,ପ୍ରମୁଖ ଯୋଗଦେଇ ବିଶ୍ୱ ରେଡ କ୍ରସ୍ ଦିବସ ଉପରେ ଆଲୋଚନା କରିଥିଲେ। ପ୍ରତିବର୍ଷ ପରି ମେ ୮ ତାରିଖରେ ପାଳନ କରାଯାଉଥିବା ବିଶ୍ୱ ରେଡ କ୍ରସ୍ ଦିବସ ପାଳିତ ହେଉଛି। ଆଜି ଆମେ ସମସ୍ତେ ଏକତ୍ରିତ ଜେନ୍ ହେନରୀ ଡୁନଣ୍ଟଙ୍କ ପାଇଁ ସେ କେତେ ଯେ ମହାନ, କଳ୍ପନା କରିହେବନାହିଁ l ମାନବିକତା ଜୀବନ ଉପରେ ଚିନ୍ତା କରୁଥିଲେ, ଲୋକଙ୍କ ସାହାଯ୍ୟ ଓ ସହଯୋଗ ସମଗ୍ର ବିଶ୍ୱରେ ସବୁ ପ୍ରକାର ଲୋକଙ୍କୁ ଜଡିତ ହୋଇ ରହୁଥିଲେ l ବିଶ୍ୱ ଶାନ୍ତି ପାଇଁ ରେଡକ୍ରସ କାମ କରି ଆସୁଛି ବୋଲି ସମସ୍ତ ଅତିଥି ମାନେ କହିଥିଲେ l ଜିଲ୍ଲାପାଳ କହିଥିଲେ ଯେ ପୃଥିବୀର କୋଣ ଅଣୁକୋଣରେ ରେଡକ୍ରସ କାମ କରୁଛି ଏବଂ ଜଣେ ଜଣକୁ ପ୍ରତି ଆଦର ଓ ସାହାଯ୍ୟ କରିବାର ମନବୃତ୍ତି ରହିବା ଉଚିତ୍। ଅସୁବିଧା ଲୋକମାନଙ୍କୁ ଆମେ ସାହାଯ୍ୟ କରିବା ଉଚିତ୍, ସମସ୍ତେ ଏକତା ହୋଇ କାମ କଲେ ଆମେ ବହୁତ ଲୋକଙ୍କୁ ସାହାଯ୍ୟ କରିବା ସହ ବହୁତ ଜଣଙ୍କ ଜୀବନ ବଞ୍ଚେଇ ପାରିବା ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକ , ଆରଏମସି ସେକ୍ରେଟାରୀ ଶ୍ରୀ ରବତ ମୋହନ ରାଉତ ,ସାମ୍ବାଦିକ ଶ୍ରୀ ଦିଲ୍ଲୀପ କୁମାର ଶତପଥି,ସମେତ ସମସ୍ତ ଲାଇଫ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜଗନ୍ନାଥ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ l