Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରିଷ୍ଠ ରାଜନେତା ସୁଶୀଲ ମୋଦୀଙ୍କ ପରଲୋକ

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ସୁଶୀଲ ମୋଦୀଙ୍କ ସୋମବାର ପରଲୋକ ଘଟିଛି । ୭୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଏହା ସହିତ ଅନେକ କ୍ୟାବିନେଟ୍ ମନ୍ତ୍ରୀ ଓ ବିଶିଷ୍ଟ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ସୁୁଶୀଲ କୁମାର ମୋଦୀ ଆଜି ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ବିହାରରେ ୨ ଥର ଉପ ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । ବିଜେପିର ଜଣେ ଟାଣୁଆ ନେତା ହିସାବରେ ତାଙ୍କର ବେଶ ଦବଦବା ରହିଛି। ତେବେ ଅସୁସ୍ଥତା କାରଣରୁ ସେ ଏଥର ନିର୍ବାଚନ ଠାରୁ ନିଜକୁ ଦୂରେଇ ରଖିଥିଲେ। ୬ ମାସ ହେବ କର୍କଟ ରୋଗରେ ପୀଡ଼ିତ ଥିବା ସେ ଗତ ଏପ୍ରିଲ ୩ରେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ । ପୂର୍ବତନ ରାଜ୍ୟସଭା ସାଂସଦଙ୍କ ପାର୍ଥିବ ଶରୀର ମଙ୍ଗଳବାର ପାଟନାର ରାଜେନ୍ଦ୍ର ନଗର ଅଞ୍ଚଳରେ ତାଙ୍କ ବାସଭବନକୁ ନିଆଯିବ । ଦିନ ବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣା ପଡିଛି ।

ସେ କହିଥିଲେ ଯେ ”ମୁଁ ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି। କିନ୍ତୁ ଏବେ ଲାଗୁଛି ଯେ ଏକଥା ଲୋକଙ୍କୁ ମୋତେ ଜଣାଇବାର ସମୟ ଆସିଯାଇଛି। ଏଥର ମୁଁ ଲୋକସଭା ନିର୍ବାଚନରେ କିଛି ।କମ କରିପାରିବି ନାହିଁ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଜଣାଇ ଦେଇଛି। ଦେଶ, ବିହାର ଓ ବିଜେପି ପ୍ରତି ମୋର କୃତଜ୍ଞତା ରହିଛି।’ ୩୩ ବର୍ଷର ରାଜନୈତିକ କ୍ୟାରିୟରରେ ସୁଶୀଲ ମୋଦୀ ଲୋକସଭା, ରାଜ୍ୟସଭା, ବିଧାନସଭା ଏବଂ ବିଧାନ ପରିଷଦର ସଦସ୍ୟ ରହି ସାରିଛନ୍ତି। ୫ ବର୍ଷ ଧରି ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଆସିଛନ୍ତି।