୨ୟ ପର୍ଯ୍ୟାୟରେ ୮୭ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା, ଦିଲୀପ ରାୟ ସବୁଠୁ ଅଧିକ ଧନୀ


ଭୁବନେଶ୍ୱର: ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କେତେ ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି କେତେ ଜଣ ଧନୀ ପ୍ରାର୍ଥୀ ତାହା ସବୁ ରିପୋର୍ଟରେ ଉଲ୍ଲେଖ ରହିଛି ।

୨ୟ ପର୍ଯ୍ୟାୟ ନିର୍ବାଚନରେ ୮୭ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ୨୬ ଜଣଙ୍କ ନାଁରେ ରହିଛି ଗୁରୁତର ଅପରାଧ । ୫ ଜଣଙ୍କ ନାଁରେ ହତ୍ୟା ଅଭିଯୋଗ ଥିବା ବେଳେ ୧୬ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ରହିଛି । ୧୧ ଜଣ ପ୍ରାର୍ଥୀଙ୍କ ନାଁରେ ମହିଳା ସଂପର୍କିତ ମାମଲା ରହିଛି ।

୨ୟ ପର୍ଯ୍ୟାୟରେ ୯୫ ପ୍ରାର୍ଥୀ କୋଟିପତି ଥିବା ବେଳେ ଦିଲୀପ ରାୟ ସବୁଠୁ ଅଧିକ ଧନୀ । ତାଙ୍କ ଧନ ସଂପତିର ପରିମାଣ ହେଉଛି ୩୧୩ କୋଟି । କଳିକେଶଙ୍କର ୭୩ କୋଟିରୁ ଉର୍ଦ୍ଧ୍ୱ ସଂପତ୍ତି ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରହିଛି ୭୧ କୋଟି ଟଙ୍କାର ସଂପତ୍ତି । ୫୩ ଜଣ ସ୍ନାତକ, ୩୧ ସ୍ନାତକୋତ୍ତର, ୩୪ ପ୍ରଫେସନାଲ ଡିଗ୍ରୀଧାରୀ । ଦ୍ୱିତୀୟ ପର୍ଯ୍ୟାୟରେ ୩୪ ଜଣ ପ୍ରାର୍ଥୀ ମାଟ୍ରିକ ଫେଲ୍ ।

ସୂଚନାଯୋଗ୍ୟ, ମେ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଏଥିରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ ଏହା ଅଧିନ ୩୫ ବିଧାନସଭା ସିଟରେ ମତଦାନ ହେବ । ନିର୍ବାଚନ ପ୍ରଚାରର ଶେଷ ତାରିଖ ମେ ୧୮ ରହିଛି ।