Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ତଳକୁ ଖସିଲା କାର,ଦୁର୍ଘଟଣା ରେ ୨ ମୃତ ୪ ଗୁରୁତର ।

କଳାହାଣ୍ଡି:୧୪/୦୫
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଟେମରି ନିକଟରେ କାର ଦୁର୍ଘଟଣା ହୋଇଛି। ମଙ୍ଗଳବାର ସକାଳ ୧୧ ଟା ସମୟରେ ଟେମରି ନିକଟ ବୁଲାଣି ରାସ୍ତା ରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିବା ଫଳରେ ଗୋଟିଏ ପରିବାର ର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ। ସୂଚନା ଥାଉ କି ଓଡି ୦୮ ଭି ୩୬୪୬ ନମ୍ବର ବିଶିଷ୍ଟ ଏକ କାର ରେ ଟେମରି ଗ୍ରାମର ଆନନ୍ଦ ସୁନାନି ନିଜ ପରିବାର ସହ ଧର୍ମଗଡ଼ ଯାଉଥିବା ବେଳେ ଘରୁ ଏକ କିଲୋମିଟର ଗଲା ପରେ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା। ଫଳରେ ଆନନ୍ଦ ସୁନାନୀ ଙ୍କ ମା ପଦ୍ମିନୀ ସୁନାନୀ (୬୫ ) ଙ୍କ ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ତାଙ୍କର ୪ ବର୍ଷ ର ଝିଅ ଯେନିଶା ସୁନାନୀ ଙ୍କୁ ଡାକ୍ତରଖାନା ରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ସେହି ପରିବାର ର ଚାରି ଗୁରୁତର ମାନେ ହେଲେ ତିଳକର ହରପାଳ (୫୨) ଆନନ୍ଦ ସୁନାନୀ (୪୦) ଝିଅ ବେନିଶା ସୁନାନୀ (୬) ଏବଂ ତାଙ୍କ ସ୍ତ୍ରୀ ପିଙ୍କି ସୁନାନୀ (୩୦)। ତିଳକର , ଆନନ୍ଦ ଏବଂ ବେନିଶା ଅଧିକ ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ। ଦୁର୍ଘଟଣା ଖବର ପାଇ ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା , ଗୋଲାମୁଣ୍ଡା ଏଏସଆଇ ରାଜେଶ ପରିଡ଼ା,ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଂଚିଥିଲେ । ଏ ସମ୍ପର୍କ ରେ ଗୋଲାମୁଣ୍ଡା ପୋଲିସପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ଥାନା କେଶ ନମ୍ବର ୭୮/୨୪ ରୁଜୁ ହୋଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।