Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କମ୍ପିବ ପ୍ରଚାର, ଆଜି ଆସୁଛନ୍ତି ଅମିତ ଶାହ ଓ ଜେପି ନଡ୍ଡା

ଭୁବନେଶ୍ୱର: ଏଥର ନିର୍ବାଚନ ଜିତି ଓଡିଶାରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି ବିଜେପି । ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଅନ୍ୟ ୩ଟି ପର୍ଯ୍ୟାୟ ପାଇଁ ନିଜର ପ୍ରଚାରକୁ ଜୋରଦାର କରିଛି ବିଜେପି । ଆଉ ଏହାକୁ ଗତି ଦେବା ପାଇଁ କେନ୍ଦ୍ରୀୟ ନେତାଙ୍କ ଘନ ଗନ ଓଡିଶା ଗସ୍ତ ଲାଗି ରହିଛି । ଏହି କ୍ରମରେ ଆଜି ପ୍ରଚାରରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।

ଶାହ ଆଜି ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୧ଟା ୩୦ରେ ଗଞ୍ଜାମ ଜିଲ୍ଲାର ସୋରଡାରେ ପହଞ୍ଚିବେ । ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ୩ଟା ୩୦ରେ ବୌଦ୍ଧରେ ଜନସଭାରେ ଯୋଗ ଦେବେ । ପୁଣି ସନ୍ଧ୍ୟା ୬ଟାରେ ଶାହଙ୍କ କଟକରେ ଏକ ବିଶାଳ ରୋଡ୍ ଶୋର କାର୍ଯ୍ୟକ୍ରମ ରହିଛି । ଏନେଇ କଟକରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ।

ସେପଟେ ଆଜିଠୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି। ଏହା ସହ ସେ ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପଦ୍ମପୁର ଓ ସୁନ୍ଦରଗଡ଼ରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦବୋଧଦନ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି। ଏହା ପୂର୍ବରୁ ନଡ୍ଡା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ସାରିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଓଡିଶା ଆସୁଛନ୍ତି । ପୁରୀରେ ରୋଡ୍ ଶୋ କରିବା ସହ ଅନୁଗୁଳ ଓ କଟକରେ ଜନସଭା କରିବେ । ଏହା ପୂର୍ବରୁ ମେ ୧୦ ତାରିଖରେ ରାଜଧାନୀରେ ରୋଡ୍ ଶୋ କରିବା ସହ ଫୁଲବାଣୀ, ବଲାଙ୍ଗୀର ଓ ବରଗଡରେ ଜନସଭା କରି ବିଜେଡି ସରକାରକୁ ଶାଣିତ ସ୍ୱରରେ ହମଲା କରିଥିଲେ ।