Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନ, ବିଜେପିକୁ ସରକାରରେ ଆଣିବାକୁ ଚାହାନ୍ତି: ଓମ ବିର୍ଲା

ବାଲେଶ୍ୱର: ଓଡିଶା ଗସ୍ତରେ ଲୋକସଭାର ବାଚସ୍ପତି ଓମ ବିର୍ଲା । ଆଜି ବାଲେଶ୍ୱର ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଥମେ ବାଲେଶ୍ୱରରେ ପହଞ୍ଚି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହା ପରେ ସମ୍ବଲପୁର ଯିବେ । ସେଠାରେ ସନ୍ଧ୍ୟା ୬ଟାରେ କ୍ଷେତରାଜପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବ ।

ବାଲେଶ୍ୱରରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ଓଡିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନ । ଏଥର ବିଜେପି ଆସୁ ବୋଲି ଜନତା ଚାହୁଁଛନ୍ତି । ୨୫ ବର୍ଷ ସରକାରରେ ରହିବା ପରେ ବି ବିଜେଡି ଗରିବଙ୍କ ପାଇଁ କିଛି କରି ପାରି ନାହାନ୍ତି । ଓଡ଼ିଶାରେ ପୂର୍ଣ୍ଣରୂପରେ ସବୁ ଲୋକସଭା ଜିତିବ ବିଜେପି। ଦୁଇ ଜାଗାରେ ଗୋଟିଏ ସରକାର ହେଲେ ବିକାଶର ନୂଆ ଧାରା ହେବ। ନବୀନ ସରକାର ଲୋକେ ଦେଖିଛନ୍ତି, ବିଜେପି ସରକାର ଦେଖିବେ। ଆଗାମୀ ଦିନରେ ଓଡ଼ିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି। ଦେଶବାସୀ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ବୋଲି ବିର୍ଲା କହିଛନ୍ତି ।

ଅନ୍ୟପଟେ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଶାହ ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୧ଟା ୩୦ରେ ଗଞ୍ଜାମ ଜିଲ୍ଲାର ସୋରଡାରେ ପହଞ୍ଚିବେ । ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ୩ଟା ୩୦ରେ ବୌଦ୍ଧରେ ଜନସଭାରେ ଯୋଗ ଦେବେ । ପୁଣି ସନ୍ଧ୍ୟା ୬ଟାରେ ଶାହଙ୍କ କଟକରେ ଏକ ବିଶାଳ ରୋଡ୍ ଶୋର କାର୍ଯ୍ୟକ୍ରମ ରହିଛି । ଏନେଇ କଟକରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ।

ସେପଟେ ଆଜିଠୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସେ ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପଦ୍ମପୁର ଓ ସୁନ୍ଦରଗଡ଼ରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦବୋଧଦନ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ