Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ

ବ୍ରଜରାଜନଗର: ବିଜେପିକୁ ଶକ୍ତ ଧକ୍କା । ପଦ୍ମ ଛାଡି ବିଜେଡିରେ ମିଶିଲେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ନିର୍ବାଚନ ସମୟରେ ରାଧାରାଣୀଙ୍କ ଦଳ ବଦଳ ବିଜେପିକୁ ଭାରି ପଡ଼ିବ ବୋଲି ରାଜନୈତିକ ସମୀକ୍ଷାକ କହିଛନ୍ତି ।

ସୂଚନାଯୋଗ୍ୟ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ରାଧାରାଣୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତିଙ୍କ ନିକଟକୁ ପଠାଇ ଦେଇଥିଲେ । ରାଧାରାଣୀ ବ୍ରଜରାଜନଗରରୁ ଟିକେଟ୍ ଆଶାୟୀ ଥିଲେ । ମାତ୍ର ବିଜେପି ତାଙ୍କ ପରିବର୍ତ୍ତେ ସୁରେଶ ପୂଜାରୀଙ୍କୁ ଟିକେଟ ଦେଇଥିଲା । ଯାହାକୁ ନେଇ ରାଧାରାଣୀ ଅସନ୍ତୋଷ ବ୍ୟକ୍ତ କରିବା ସହ ନିର୍ବାଚନୀ କାର୍ଯ୍ୟରେ ସହଯୋଗ କରୁ ନଥିଲେ । ଆଜି ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ।

ରାଧାରାଣୀ ୨୦୧୯ ନିର୍ବାଚନ ଓ ପରେ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହେବା ପରଠୁ ସାଂଗଠନିକ କାର୍ଯ୍ୟରେ ବିଶେଷ ଦୃଶ୍ୟମାନ ହେଉ ନଥିଲେ ।