Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ନେଇପାରେ ବାତ୍ୟା ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହା ଅବପାତର ରୂପ ନେଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପ୍ରାଥମିକ ସ୍ତରରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଅବପାତର ଗତିପଥ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ପାଣିପାଗ ବିଭାଗ ।

ଅନ୍ତର୍ଜାତୀୟ ପାଣିପାଗ ମଡେଲର ପୂର୍ବାନୁମାନ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ । ଏମିତି ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ନେଇ ପ୍ରାକ୍ ପୂର୍ବାନୁମାନ କରାଯାଇଛି । ସମ୍ଭବତଃ ଆସନ୍ତା ୨୫ କିମ୍ବା ୨୬ ତାରିଖ ବେଳକୁ ଏହା ଛୋଟ ବାତ୍ୟା କିମ୍ବା ଗଭୀର ଅବପାତର ରୂପ ନେଇପାରେ । ପ୍ରଭାବରେ ପବନ କମ ବୋହିବା ସହ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ ।

ଯଦି ଆକଳନ ସତ ହୁଏ ତେବେ ତୃତୀୟ ପର୍ଯ୍ୟାୟ ଭୋଟ୍ ୨୫ ତାରିଖ ପ୍ରବଳ ବର୍ଷା ହୋଇପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । ସମୁଦ୍ର ଜଳପତନ ତାପମାତ୍ରା ୩୪ ରୁ ୩୫ ଡିଗ୍ରୀ ରହୁଛି । ସାଧାରଣତଃ ସମୁଦ୍ର ଜଳପତନ ତାପମାତ୍ରା ୨୬ ଡିଗ୍ରୀ ଡେଇଁଲେ ବାତ୍ୟା ଦାନା ବାନ୍ଧିବାକୁ ଅନୁକୂଳ ପରିବେଶ ହୋଇଥାଏ ।

More Stories