Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଜବାବ, ମୋ ରିପୋର୍ଟ କାର୍ଡ ତ ଲୋକଙ୍କ ପାଖରେ ଅଛି, ବିଜେଡି ତାର ସାଂସଦଙ୍କ ରିପୋର୍ଟ କାର୍ଡ ଦେଖାଉ

ଭୁବନେଶ୍ଵର: ଗତକାଲି ବିଜେଡି ନେତା ଭି କେ ପଣ୍ଡିଆନ ଗୋଟେ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଉତ୍ତର ରଖିଛନ୍ତି ଅପରାଜିତା ଷଡଙ୍ଗୀ । ସେ ପାଣ୍ଡିଆନଙ୍କୁ କଡ଼ା ଶବ୍ଦରେ ମୁହଁତୋଡ଼ ଜବାବ ଦେଇଛନ୍ତି।  ତାଙ୍କ କାର୍ଯ୍ୟକୁ ନେଇ ସେ ତାଙ୍କ ଠାରୁ ସି ସି ଆର ର ଆଶା ରଖିନାହାନ୍ତି। ଗତ୫ ବର୍ଷ ରେ ଯାହା କରିଛନ୍ତି ପ୍ରତିବର୍ଷର ରିପୋର୍ଟ କାର୍ଡ ଜନସାଧାରଣଙ୍କ  ନିକଟରେ ରହିଛି। ଓ୍ଵାର୍ଡ ମେମ୍ବର ଲଢି ନ ଥିବା ବ୍ୟକ୍ତିଙ୍କୁ ଏମିତି ବୟାନ ଶୋଭା ଦିଏନି.

ଅପରାଜିତା କହିଛନ୍ତି ତେବେ ସବୁ କ୍ଷେତ୍ରର ଗୋଟେ ମର୍ଯ୍ୟାଦା ରହିଛି। ରାଜନୀତିରେ ମଧ୍ୟ ମର୍ଯ୍ୟାଦା ଅଛି ଏହାକୁ ପାଣ୍ଡିଆନ ବାବୁ ବଜାୟ ରଖନ୍ତୁ । ପ୍ରଧାନମନ୍ତ୍ରୀ ଙ୍କ  କାମ କୁ ନେଇ ନକାରତ୍ନାକ ମନ୍ତବ୍ୟ ନ ଦିଅନ୍ତୁ ବୋଲି ସେ ଆଜି ଭୁବନେଶ୍ୱର ରେ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅପ ଶବ୍ଦ ବ୍ୟବହାର କରିବା ଜଣେ ପୂର୍ବତନ  ଆଇ ଏ ଏସ ଅଧିକାରୀଙ୍କୁ ଶୋଭା ଦିଏନି। ଅପରାଜିତା ସଡଙ୍ଗୀଙ୍କ ରିପୋର୍ଟ କାର୍ଡ ତ ସର୍ବସାଧାରଣରେ ରହିଛି।

ବିଜେଡି ନିଜର ୧୨ ଜଣ ସାଂସଦଙ୍କ ରିପୋର୍ଟ କାର୍ଡ ଜନସାଧାରଣଙ୍କୁ ଦେଇପାରିବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ଭୁବନେଶ୍ୱର ର ପୂର୍ବତନ ସାଂସଦ ପ୍ରସନ୍ନ ପାଟସନୀ ୨୫ ବର୍ଷ କାଳ ସାଂସଦ ଥିଲେ। ସେ କଣ କାର୍ଯ୍ୟ କରିଛନ୍ତି ତାହା ଉତ୍ତର ଦେଇପାରିବେକି ରିପୋର୍ଟ କାର୍ଡ ଦେଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି ସେ । ମୋ ରିପୋର୍ଟ କାର୍ଡ ପଡ଼ନ୍ତୁ ମୋ କାର୍ଯ୍ୟ ର ସମସ୍ତ ଉତ୍ତର ପାଇଯିବେ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ।

ଏହା ଛଡ଼ା ବିଜେପିର ବରିଷ୍ଠ ନେତାଙ୍କ ପାଇଁ କୁଜିନେତା ନେତା ଶବ୍ଦ ବ୍ୟବହାର କରିବା ଅନୁଚିତ। ଗୋଟେ ପୂର୍ବତନ ଆଇଏଏସ ଅଧିକାରୀଙ୍କୁ ଶୋଭା ଦଉନି ବୋଲି ସେ କହିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ସ୍ୱାସ୍ତ୍ୟ ବ୍ୟବସ୍ଥାର ଲାଭ ଉଠେଇ ଓଡିଶା ର ମହା ଜନନାୟକ ହେବାର ଚେଷ୍ଟା କରୁଛନ୍ତି। ୱାର୍ଡ ମେମ୍ବର ସେ ନିଜେ କେବେ ଲଢ଼ିନାହାନ୍ତି ଅନ୍ୟକୁ କହିବା ଶୋଭା ଦିଏନି ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ