Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ଚାଉଳ ନୁହେଁ, ଖାଲି ଅଖା ଦେଉଛନ୍ତି; ଓଡ଼ିଶାରେ ତାମିଲ ଶାସନ ଚାଲିବନି: ଶାହ

କେନ୍ଦୁଝର: କେନ୍ଦୁଝର ଓ ପର୍ଜଙ୍ଗରେ ରଣହୁଙ୍କାର ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ୍‌ଙ୍କ ଉପରେ ଶାଣିତ ସ୍ଵରରେ ବର୍ଷିଛନ୍ତି। ସେ କହିଛନ୍ତି, କୌଣସି ତାମିଲ ଲୋକ ଓଡ଼ିଶାର ଶାସନ କରିପାରିବ ନାହିଁ। ବିଜେପି ସରକାର କରନ୍ତୁ, ଓଡ଼ିଶାର ସନ୍ତାନ ଏଠି ଶାସନ କରିବ।

ଅମିତ ଶାହ କହିଛନ୍ତି, ଏ ସଭା ହେଉଛି ଓଡ଼ିଶାର ଗୌରବ ବୃଦ୍ଧି କରିବାର ନିର୍ବାଚନୀ ସଭା। କୌଣସି ତାମିଲ ଲୋକ ଓଡ଼ିଶାର ଶାସନ କରିପାରିବ ନାହିଁ। ବିଜେପି ସରକାର କରନ୍ତୁ, ଓଡ଼ିଶାର ସନ୍ତାନ ଏଠି ଶାସନ କରିବ। ୨୫ ବର୍ଷ ଶାସନ କରି ନବୀନ ବାବୁ ଓଡ଼ିଶାକୁ ପଛକୁ ଠେଲି ଦେଇଛନ୍ତି। ଓଡ଼ିଶାରେ ପିଇବା ପାଣି ମିଳୁନି। ବିଜେପି ସରକାର ଆସିଲେ ୨ ବର୍ଷରେ ସମସ୍ତଙ୍କୁ ପିଇବା ପାଣି ଓ ଗରିବଙ୍କୁ ଘର ମିଳିବ। ଆମ ସରକାର ଆସିଲେ ଧାନ କ୍ୱିଣ୍ଟାଲ୍‌ ୩୧୦୦ ଟଙ୍କା କିଣିବ। ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ମିଳିଯିବ। ମହିଳାଙ୍କୁ ୫୦ ହଜାରର ଭାଉଚର ମିଳିବ ବୋଲି ଶାହ କହିଛନ୍ତି।

ଶାହ ଆହୁରି କହିଛନ୍ତି, ନବୀନ ବାବୁଙ୍କ ବୟସ ବଢ଼ି ଗଲାଣି। ଆଉ କାମ କରିପାରୁନାହାନ୍ତି। ବିଜେପି ସରକାର ଆସିଲେ ଦେଢ଼ଲକ୍ଷ ଯୁବବର୍ଗଙ୍କୁ ଚାକିରି ଦିଆଯିବ। ୫ ବର୍ଷରେ ଓଡ଼ିଶାକୁ ଭାରତର ନମ୍ବର ୱାନ୍‌ ରାଜ୍ୟ କରିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ଗରିବ ପରିବାରକୁ ଜଣକା ୫ କେଜି ଲେଖାଏଁ ଚାଉଳ ଦେଉଛନ୍ତି। ହେଲେ ନବୀନ ବାବୁ କହୁଛନ୍ତି ଚାଉଳ ସେ ଦେଉଛନ୍ତି। ନବୀନ ଚାଉଳ ନୁହେଁ, ଖାଲି ଅଖା ଦେଉଛନ୍ତି। ଇଏ ହେଉଛି ଖାଲି ଅଖାର ସରକାର। ଅଖା କେହି ଖାଆନ୍ତିନି, ଦେବାର ଅଛି ତ ଚାଉଳ ଦିଅ ବୋଲି ଶାହ କହିଛନ୍ତି।

ଶାହ କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ମୋଦି ବହୁତ କାମ କରିଛନ୍ତି। ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି ବିଜେପି। ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନାରୁ ନକ୍ସଲବାଦ ସଫା କରିଛନ୍ତି ମୋଦୀ। କେନ୍ଦୁଝରରୁ ଖଣିଜ ନେଇ ସାରା ଦେଶ ସମୃଦ୍ଧ ହୋଇଛି। କିନ୍ତୁ କେନ୍ଦୁଝର କିଛି ପାଇନି। କୌଣସି ବିକାଶ ଏଠି ହୋଇନି। ମୋଦି ଆଦିବାସୀ ପିଲାଙ୍କ ପାଇଁ ୭୪୦ ଏକଲବ୍ୟ ସ୍କୁଲ କରିଛନ୍ତି। କେନ୍ଦୁଝର ଓ ସମ୍ବଲପୁରରେ ୫ଶହ ବେଡ୍‌ର ହସ୍ପିଟାଲ କରାଯିବ ବୋଲି ଶାହ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ