ସମ୍ବଲପୁର: ସମ୍ବଲପୁରରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବିଜେଡି ସରକାର ଉପରେ ଖୁବ୍ ବର୍ଷିଛନ୍ତି । ରୋଡ ସୋ ବେଳେ ଗିରିରାଜ କହିଛନ୍ତି, ଓଡିଶାରେ ସରକାର ବଦଳିବ । ବିଜେପି ସରକାର ଗଢିବ । ଓଡିଶାରେ ଓଡିଆଙ୍କ ଅସ୍ମିତା ଆଉ ନାହିଁ । ଏ ସରକାରକୁ ହଟାଇ ଏହାକୁ ବଞ୍ଚାଇବାକୁ ପଡିବ । ଏଠି ଶାସନ ହିଁ ଚାଲୁନାହିଁ ।
ଗିରିରାଜ କହିଛନ୍ତି, ନବୀନ ବାବୁଙ୍କୁ ୭୭ ହେଲାଣି । ଓଡିଆ ଅସ୍ମିତାକୁ ସେ ଶେଷ କରିଛନ୍ତି । ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନବୀନ ଲାଗି ପଡିଛନ୍ତି । ଓଡିଶାବାସୀ ବିରୋଧ କରିବା କଥା । ଓଡିଆ ପୁଅ ମୁଖ୍ୟମନ୍ତ୍ରୀ ହେଉ । ବିଜେପି ସରକାର ହେବ ଏବଂ ଓଡିଆ ପୁଅ କିମ୍ବା ଝିଅ ହିଁ ମୁଖ୍ୟମନ୍ତ୍ରୀ ହେବ । ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହେବ । ଓଡିଶାରେ ଶାସନ ନାହିଁ କହିଲେ ଚଳେ ।
ଗିରିରାଜ ଏହା ମଧ୍ୟ କହିଛନ୍ତି ନବୀନ ବାବୁ ନଜର ବନ୍ଦୀ ରହିଛନ୍ତି । ଓଡିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ନୂତନ ସରକାର ଗଢିବୁ । ଓଡିଶାରେ ଶାସନ ହିଁ ନାହିଁ। ନବୀନ ବାବୁ ନଜର ବନ୍ଦୀ ହୋଇ ରହିଛନ୍ତି । ଓଡିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ନୂତନ ସରକାର ଗଢିବୁ । ଏଥିପାଇଁ ବିଜେପିକୁ ଜିତାନ୍ତୁ ବୋଲି ଅପିଲ କରିଛନ୍ତି ଗିରିରାଜ ।
ସୂଚନାଯୋଗ୍ୟ, ମେ ୨୫ ତାରିଖରେ ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିରେ ସସମ୍ବଲପୁର ସଂସଦୀୟ କ୍ଷେତ୍ର ସାମିଲ । ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବଲପୁରରେ ଜନସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେଡିକୁ ଶାଣିତ ସ୍ୱରରେ ହମଲା କରିଥିଲେ । ଆସନ୍ତାକାଲି ହେଉଛି ପ୍ରଚାରର ଶେଷ ଦିନ । ତେଣୁ ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି । ମାଳ ମାଳ କେନ୍ଦ୍ରୀୟ ନେତା ଆସି ବିଭିନ୍ନ ସ୍ଥାନରେ ରାଲି କରି ବିଜେଡିକୁ ଘେରୁଛନ୍ତି ।