Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନବ ନିର୍ମିତ ଗ୍ରାମୀଣ ସମ୍ବଳ କେନ୍ଦ୍ର ଉଦଘାଟିତ

ଝାରସୁଗୁଡା ୨୩/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ମଚିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ସ୍ଥିତ ଆଞ୍ଚଳିକ ଜନ କଲ୍ୟାଣ ପକ୍ଷରୁ ନବ ନିର୍ମିତ ଗ୍ରାମୀଣ ସମ୍ବଳ ଗ୍ରାମୀଣ ସମ୍ବଳ କେନ୍ଦ୍ର ଆଜି ଉଦଘାଟିତ ହୋଇ ଯାଇଛି l ଉଦଘାଟନୀ ଉତ୍ସବରେ ମାଇଣ୍ଡଟ୍ରି ଫାଉଣ୍ଡେସନର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଏବଂ ମୁଖ୍ୟ ପ୍ରଶାସକ ପ୍ରତ୍ୟୁଷ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଉକ୍ତ ନବ ନିର୍ମିତ ଗ୍ରାମୀଣ ସମ୍ବଳ କେନ୍ଦ୍ରଟି ଏଲଟିଆଇ ମାଇଣ୍ଡଟ୍ରି ତରଫରୁ ୨୯ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରା ଯାଇଛି l ଯାହା ସ୍ଥାନୀୟ ଚାଷୀ ଏବଂ ମହିଳା ମାନଙ୍କ ପାଇଁ ଏହା ବିଶେଷ ଭାବେ ସହାୟକ ହେବ । ଏହା ସହିତ ଏକ ସୌର ଶକ୍ତି ଦ୍ୱାରା ପରିଚାଳିତ ଏକ ଶୀତଳ ଭଣ୍ଡାର ମଧ୍ୟ ଏଠାରେ ସ୍ଥାପନ କରା ଯାଇଛି l ଏହା ଦ୍ବାରା ସ୍ଥାନୀୟ ଚାଷୀ ମାନେ ନିଜର ଉତ୍ପାଦିତ ପନିପରିବାକୁ ଦୀର୍ଘ ଦିନ ଧରି ଏଠାରେ ସୁରକ୍ଷିତ ଭାବେ ରଖି ପାରିବେ l ବିଶେଷ କରି ଲଖନପୁର ବ୍ଲକ ଅଞ୍ଚଳର ଚାଷୀମାନେ ଅଦା ବହୁଳ ଭାବରେ ଚାଷ କରିବା ସହ ସେମାନେ ଅଭାବୀ ବିକ୍ରିର ଶିକାର ମଧ୍ୟ ହେଉଛନ୍ତି l ତେଣୁ ଚାଷୀ ମାନଙ୍କ ଏହି ସମସ୍ୟାର ସମାଧାନ ନିମନ୍ତେ କିଛି ମାସ ମଧ୍ୟରେ ଏଠାରେ ଅଦା ର ଏକ ପ୍ରୋସେସିଂ ୟୁନିଟ ଖୋଲା ଯିବା ପାଇଁ ଯୋଜନା ରହିଛି । ଏହି ୟୁନିଟ ମାଧ୍ୟମରେ ଅଦାକୁ ଶୁଖାଇ ସେଥିରୁ ବିଭିନ୍ନ ସାମଗ୍ରୀ ତିଆରି ଜିନିଷ ଗୁଡିକୁ ପ୍ୟାକେଟ କରି ବଜାରରେ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ଯୋଜନା ରହିଛି । ଉକ୍ତ ୟୁନିଟକୁ ମହିଳା ମାନେ ପରିଚାଳିତ କରିବେ l ଯାହାଦ୍ୱାରା ଉଭୟ ମହିଳା ଏବଂ ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ପ୍ରିନ୍ସିପାଳ ଡାଇରେକ୍ଟର ଏଣ୍ଡ ହେଡ଼ ଏନଭାରମେଣ୍ଟାଲ, ସୋସିଆଲ ଏଣ୍ଡ ଗଭରନେନ୍ସ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଏଲଟିଆଇ ମାଇଣ୍ଡଟ୍ରି ଫାଉଣ୍ଡେସନ ର ଅତିରିକ୍ତ ନିର୍ଦ୍ଦେଶକ ତଥା ସାମାଜିକ ଦାୟିତ୍ୱବୋଧ ଜିତେନ୍ଦ୍ର ଘଙ୍ଗେସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଏହାର ସୁପରିଚାଳନା ସମ୍ପର୍କରେ ବିଷଦ ଭାବେ ଉପସ୍ଥିତ ମହିଳା ଓ ଚାଷୀ ମାନଙ୍କୁ ବୁଝାଇ ଥିଲେ l ଏହି ଅବସରରେ ଭିକମପାଲି ସ୍ଥିତ ଡିଏମଏଫ ରିସର୍ଚ୍ଚ ସେଣ୍ଟର ଠାରେ ସ୍ଥାନୀୟ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସେମାନଙ୍କ ବିଭିନ୍ନ ସମସ୍ୟା ଏବଂ କେଉଁ ପଦ୍ଧତିରେ କୃଷିଜାତ ଦ୍ରବ୍ୟ ଚାଷ କଲେ ଚାଷୀ ଅଧିକ ଲାଭବାନ ହେବେ, ସେମାନେ କିପରି ଅଧିକ ମୂଲ୍ୟରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କୁ ବିକ୍ରି ପାରିବେ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅନୁଷ୍ଠାନ ଆଜକା ର ସଭାପତି ସୁବାଷ ପଧାନ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଗୌତମ ବେହେରା ସଞ୍ଚାଳନ କରିଥିଲେ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅଞ୍ଚଳର ଅଗ୍ରଣୀ ଚାଷୀ ଓ ମହିଳା ସଦସ୍ୟା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ l ସ୍ବେଛାସେବୀ ଅନୁଷ୍ଠାନ ଆଜକା ର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

More Stories