Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଆସୁଛନ୍ତି ପିଏମ ମୋଦୀ, ତିନୋଟି ସ୍ଥାନରେ କରିବେ ମାରାଥନ ପ୍ରଚାର

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରକୁ ଜୋରଦାର କରିଛି ବିଜେପି । ଓଡିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ଜିତିବା ପାଇଁ ଦଳ ପୁରା ଶକ୍ତି ଖଟାଇ ଦେଇଛି । ମାଳ ମାଳ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପ୍ରଚାରରେ କମ୍ପୁଛି ରାଜ୍ୟର ନିର୍ବାଚନୀ ଆଖଡା । ଏହି କ୍ରମରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରକୁ ଶାଣିତ କରିବା ପାଇଁ ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେ ଆଜି ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବ। ପ୍ରଥମେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେବାରିପଦା ସ୍ଥିତ ଛଉ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ଅପରାହ୍ନ ୨ଟାରେ ବାଲେଶ୍ୱର ଗସ୍ତ କରି ରେମୁଣା ସ୍ଥିତ ନରହରି ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ। ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଅପରାହ୍ନ ୪ଟାରେ ବରୁଆ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଚାର ବେଳେ ବିଜେଡିକୁ କେମିତି ଟାର୍ଗେଟ୍ କରିବେ ତାହା ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି।

ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ସହ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟ ବିଜେଡି ଓ ବିଜେପି ପାଇଁ ବେଶ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ