Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ଓଲଟିଲା କାର ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ତିନି ଯାତ୍ରୀ

ଝାରସୁଗୁଡା ୨୯/୫ (ଓଡ଼ିଶା ନ୍ୟୁଜ) ୪୯ ନଂ ଜାତୀୟ ରାଜପଥ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁହାକୁଣ୍ଡା ଛକରେ ଆଜି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ସିଜି ୧୩ ୟୁ ୨୭୧୨ ନମ୍ବର ଏକ କାର ଭାରସାମ୍ୟ ହରାଇ ସମ୍ପୂର୍ଣ୍ଣ ଭାବେ ଓଲଟି ପଡିଥିଲା । ଫଳରେ ଡ୍ରାଇଭର ସହ ଆଉ ତିନିଜଣ ଯୁବକ କାର ଭିତରେ ଚାପିହୋଇ ରହି ଯାଇଥିଲେ । ଖବର ପାଇ କନକତୋରା ପୁଲିସ ଟିମ ଘଟଣା ସ୍ଥାନରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ । ସୌଭାଗ୍ୟ ବଶତଃ କାହାରି କୌଣସି କ୍ଷତି ହୋଇ ନାହିଁ । ସେମାନେ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ଯୋଗୁଁ ଦୁର୍ଘଟଣା ଘଟିଥିଲା । ଉକ୍ତ କାର କୁ ଜବତ କରିବା ସହ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରା ଯାଇ ତଦନ୍ତ ଜାରି ରହିଥିବା ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ପ୍ରକାଶ କରିଛନ୍ତି ।

More Stories