ବିଜେପିର ସବୁ ପ୍ଲାନ ଫେଲ, ଓଡିଶାବାସୀ ଉଚିତ୍ ଜବାବ ଦେବେ: ପାଣ୍ଡିଆନ


ଭୁବନେଶ୍ୱର: ରାଜ୍ୟରେ ଆଜି ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ । ଆଜି ପ୍ରେସମିଟ୍ କରି ବିଜେପିକୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ଟାର୍ଗେଟ । ବିଭିନ୍ନ ପ୍ରସଙ୍ଗ ନେଇ ଘେରିଛନ୍ତି । ପ୍ରତି ପର‌୍ୟ୍ୟାୟରେ ବିଜେପି ଗୋଲ ପୋଷ୍ଟ ଚେଞ୍ଜ କରୁଛି ବୋଲି କହିଛନ୍ତି ପାଣ୍ଡିଆନ୍ ।

ସେ କହିଛନ୍ତି ଯ, ପ୍ରଥମେ ଓଡିଆ ଅସ୍ମିଚା କଥା ଉଠାଇଲେ । ହେଲେ ନିଜର ଗୋଲ ପୋଷ୍ଟ ଚେଞ୍ଜ କରିଦେଲେ । ରତ୍ନ ଭଣ୍ଡାର ଇସ୍ୟୁକୁ ଉଠାଇଲେ । ତାହା ବି ସଫଳ ହେଲାନି । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ମିଛ କଥା ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ତାହା ବୁମେରାଂ ହୋଇଗଲା ।
ସେହିପରି ବିଗତ ଦିନରେ ମନ୍ଦିର କାମ ଅଟକାଇବାକୁ ଚେଷ୍ଟା କଲେ । ଯାହାକୁ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ ।

ମହାନଦୀ କାମ ବି ଅକଟାଇଥିଲେ । ଏପିରିକି ଜନନାୟକ ବିଜୁ ବାବୁଙ୍କୁ ଭାରତ ରତ୍ନ ନ ଦେଇ ଅସମ୍ମାନ କରିଲେ । ଏହାଠୁ ଦୁଃଖର କଥା ଆଉ କିଛି ନାହିଁ । ଭାରତ ରତ୍ନ ପାଇବା ପାଇଁ କଣ ଓଡିଶାରୁ କେହି ନାହାନ୍ତି । ଆଗାମୀ ଦିନରେ ନବୀନ ବାବୁ ବହୁମତରେ ଜିତୁଛନ୍ତି । ତାଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ତେଣୁ ବାହାରୁ ଆସୁଥିବା ନେତା ଅଶାଳୀନ-ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି । ଓଡିଶାବାସୀ କେବେ ଭୁଲିବେ ନାହିଁ । ଜୁନ୍ ୪ରେ ସବୁ ଜଣାପଡିବ । ଓଡିଶା ଜନତା ଉଚିତ୍ ଜବାବ ଦେବେ।

ପାଣ୍ଡିଆନ କହିଛନ୍ତି ଓଡିଶାରେ ବିଜେପିର ସ୍ଥିତି ନାହିଁ । ନିଯୁକ୍ତି, ଦରଦାମ ବୃଦ୍ଧ, ସଶକ୍ତ ରାଜ୍ୟରେ କେବେ କହୁନାହାନ୍ତି , କମନ ମ୍ୟାନ୍‌ଙ୍କୁ ଛୁଇଁଲା ଭଳି କଥା ନାହିଁ , ବାରମ୍ବାର ଗୋଲ ପୋଷ୍ଟ ଚେଞ୍ଜ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସେବା ମନବୃତ୍ତି ନେଇ ରାଜନୀତି କରନ୍ତି ଓ କରୁଛନ୍ତି । ତେଣୁ ଓଡିଶାବାସୀ ବିଜେପିକୁ ଉଚିତ୍ ଜବାବ ଦେବେ ।

ବିଜେପି ଓଡିଶାରେ କେତେ କିଲୋମିଟର ରାସ୍ତା କରିଛନ୍ତି । ୧୦ ବର୍ଷ ହେଲା ଶାନରେ ଅଛନ୍ତି । ନିର୍ବାଚନ ୧୦ ଦିନ ପୂର୍ବରୁ ଓଡିଶା କଥା ମନେ ପଡିଲା । କ୍ୟାପିଟାଲ ରିଙ୍ଗ ରୋଡ ହେଲା ନାହିଁ । କମ୍ପାନୀ ଆସିପାରିଲା ନାହିଁ । ସବୁ ରାଜ୍ୟରେ ବ୍ୟକ୍ତିଗତ ଆଟକ କରିବା ତାଙ୍କ ଫର୍ମୁଲା । ଗୋଟେ ଦିନ ଅଛି ନିର୍ବାଚନ । ଚଳିତ ନିର୍ବାଚନରେ ୪ର୍ଥ ଫେଜ୍‌କୁ ମିଶାଇ ଥ୍ରୀ ଫୋର ମେଜରିଟି ନେବୁ । ଓଡିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବା ଭଳି କଥାକୁ କେବେ ଗ୍ରହଣ କରିବେ ନାହିଁ ।