Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ଷ୍ଟେଟ ଓପନ ୟୁନିଭର୍ସିଟିର କୁଳପତି ପଦରେ ନିଯୁକ୍ତ ହେଲେ ଶ୍ୟାମ ସୁନ୍ଦର ପଟ୍ଟନାୟକ, ବିଦା ହେଲେ ବିବାଦୀୟ ଏକେ ଦାଶ

ସମ୍ବଲପୁର: ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(ଓଡିଶା ଷ୍ଟେଟ ଓପନ ୟୁନିଭର୍ସିଟି)ର ନୂତନ କୁଳପତି ଭାବେ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ । ଶ୍ୟାମ ସୁନ୍ଦର ଏହି ପଦରେ ୩ ବର୍ଷ ଧରି କାର୍ଯ୍ୟ କରିବେ । ଶ୍ୟାମ ସୁନ୍ଦର କୁଳପତି ଏକେ ଦାଶଙ୍କ ସ୍ଥାନ ନେଇଛନ୍ତି । ଏକେ ଦାଶ ଅସଦାଚରଣ ବ୍ୟବହାର ନେଇ ବିବାଦରେ ଥିଲେ । ତାଙ୍କୁ ଏହି ପଦରୁ ବରଖାସ୍ତ କରିବା ପାଇଁ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ମହଲରୁ ଦାବି ହୋଇଥିଲା ।

ଶ୍ୟାମ ସୁନ୍ଦର ପଟ୍ଟନାୟକ ବର୍ତ୍ତମାନ ଚଣ୍ଡିଗଡର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଟିଚର୍ସ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ()ର ମିଡିଆ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ମୁଖ୍ୟ ଭାବେ କାର୍ଯ୍ୟରତ । ଏହା ପୂର୍ବରୁ ସେ ୨୦୧୫ ମାର୍ଚ୍ଚରୁ ୨୦୧୭ ଜୁଲାଇ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି(ବିପିୟୁଟି)ର କୁଳପତି ଥିଲେ । ଶିକ୍ଷା କ୍ଷେତ୍ରରେ ତାଙ୍କର ୩୩ ବର୍ଷର ଅଭିଜ୍ଞତା ରହିଛି । ସେ ଏ ପର୍ଯ୍ୟନ୍ତ ୨୪ ପିଏଚଡି ମେଧାବୀଙ୍କୁ ପ୍ରଶିକ୍ଷଣ ଦେବା ସହ ୧୩ଟି ପୁସ୍ତକ ରଚନା କରିଛନ୍ତି । ପ୍ରଶାସନିକ ବିଭାଗରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି ।

ସୂଚନାଯୋଗ୍ୟ, ପୂର୍ବତନ କୁଳପତି ଏକେ ଦାଶ ଓଡିଶା ଷ୍ଟେଟ ଓପନ ୟୁନିଭର୍ସିଟିରେ ବହୁ ବିବାଦରେ ଥିଲେ । ସେ ମନ ଇଚ୍ଛା କର୍ମଚାରୀଙ୍କୁ ଚାକିରିରୁ ବିଦା କରୁଥିବା ଅଭିଯୋଗ ହୋଇଥିଲା । ସେ କର୍ମଚାରୀଙ୍କ ସହ ଅସଦାଚରଣ କରୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ । ତାଙ୍କ କୁଳପତି ଥିବା ସମୟରେ ଅତି କମରେ ୭୦ ଜଣ କର୍ମଚାରୀ ଯେଉଁମାନେ ଦୀର୍ଘ ସମୟ ଧରି ବିଶ୍ୱ ବିଦ୍ୟାଳୟର ସେବା କରି ଆସୁଥିଲେ, ସେମାନଙ୍କୁ ମିଛ ଅଭିଯୋଗରେ ବାହାର କରାଯାଇଛି କିମ୍ବା ସେମାନେ ବ୍ୟବହାରରେ ଅତିଷ୍ଠ ହୋଇ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ବିବାଦ ବଢିବା ପରେ ଏକେ ଦାଶଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ