ନୂଆଦିଲ୍ଲୀ: ସାତୋଟି ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଆଜି ଆରମ୍ଭ ହୋଇ ଯାଇଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ଆସିବାରେ ଲାଗିଛି । ୫୪୩ ଲୋକସଭାରୁ ୪୯୨ ସିଟର ପ୍ରଥମ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏଥିରେ ଏନଡିଏ ୩୦୧ ସିଟରେ ଆଗୁଆ ରହିବା ସହ ମ୍ୟାଜିକ ନମ୍ବରକୁ ଟପି ସାରିଛି । ଇଣ୍ଡିଆ ମେଣ୍ଟ ୧୭୨ ସିଟରେ ଆଗୁଆ ରହିଛି । ଅନ୍ୟ ୧୯ଟି ସିଟରେ ଆଗୁଆ ରହିଛି । ସଂଖ୍ୟା ଗରିଷ୍ଠତା ପାଇଁ ଦରକାର ୨୭୨ ସିଟ୍, ଯାହାକୁ ଅତିକ୍ରମ କରି ସାରିଛି ଏନଡିଏ । ପ୍ରାୟ ସବୁ ଏକଜିଟ ପୋଲରେ ଏନଡିଏ ୩୫୦ରୁ ୪୦୦ ଭିତରେ ସିଟ୍ ଜିତିବ ବୋଲି ଆକଳନ କରିଥିଲେ । ଆଉ ଏହା ପ୍ରାରମ୍ଭିକ ଟ୍ରେଣ୍ଡରୁ ସତ ହେବାରେ ଲାଗିଛି ।
ତେବେ ଭୋଟ୍ ଗଣତି ଆଗକୁ ବଢିବା ସହ ଚିତ୍ର ଆହୁରି ସ୍ପଷ୍ଟ ହୋଇଯିବ । ୨୦୧୯ ନିର୍ବାଚନରେ ବିଜେପି ୩୦୩ ଜିତିବା ସହ ଏନଡିଏ ୩୫୩ ସିଟ ଅକ୍ତିକାର କରିଥିଲା । କଂଗ୍ରେସ ୫୨ ସିଟ୍ ଜିତିଥିବା ବେଳେ ୟୁପିଏ ୯୨ ସିଟ୍ ଜିତିଥିଲା । ଅନ୍ୟ ଦଳ ଖାତାକୁ ୯୮ ସିଟ୍ ଯାଇଥିଲା । ତେବେ ଏଥର ଏନଡିଏ ୩୫୦ରୁ ୪୦୦ ସିଟ୍ ଜିତିବ ବୋଲି ପ୍ରାୟତଃ ସବୁ ଏକଜିଟ ପୋଲରେ ଆକଳନ କରାଯାଇଛି ।