Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡିଶାର ଏହି ସବୁ ଲୋକସଭା ସିଟରେ ବିଜେପି ପ୍ରାର୍ଥୀ ଆଗରେ

ଭୁବନେଶ୍ୱର: ଏଥର ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭାରେ ଦମଦାର ପ୍ରଦର୍ଶନ କରୁଛି ବିଜେପି । ବିଧାନସଭାରେ ବିଜେପି ୭୭ ଆସନରେ ଆଗୁଆ ରହିଥିବା ବେଳେ ଲୋକସଭାରେ ୧୭ଟି ସିଟରେ ଆଗରେ ରହିଛି ।

କଟକ, ଜଗତସିଂହପୁର ଓ ଯାଜପୁର ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ଆଗରେ ଅଛି ବିଜେପି । କଟକରେ ବିଜେଡି ପ୍ରାର୍ଥୀ ସତୃପ୍ତ ମିଶ୍ରଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଭତ୍ତୃହରି ମହତାବ ଆଗରେ ଅଛନ୍ତି। ଜଗତସିଂହପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଆଗୁଆ ଅଛନ୍ତି। ସେହିପରି ଯାଜପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ବେହେରା ଆଗରେ ଅଛନ୍ତି।

ସେହିପରି ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପିର ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ବରଗଡରୁ ପ୍ରଦୀପ ପୁରୋହିତ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, କଳାହାଣ୍ଡିରୁ ମାଳବିକା, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ , ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦୁଝରରୁ ଅନନ୍ତ ନାୟକ, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ବିଜେଡିର ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ।