ନିର୍ବାଚନ ଫଳାଫଳ ଉପରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଏହି ଲଢେଇ ସମ୍ବିଧାନ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା ଓ ଲୋକମାନେ ଏ ଦିଗରେ ନିଜର ପ୍ରଥମ ପାହୁଣ୍ଡ ପକାଇସାରିଛନ୍ତି । ସେ କହିଛନ୍ତି, ଜନତା ବିଜେପିକୁ ହିସାବ କରିଛନ୍ତି। ଦେଶ ମୋଦୀଙ୍କୁ ପ୍ରତ୍ୟାଖ୍ୟାନ କରିଛି।
କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଏହି ନିର୍ବାଚନ ‘ଇଣ୍ଡିଆ’ ମେଣ୍ଟ ପ୍ରତିକୂଳ ପରିସ୍ଥିତିରେ ଲଢିଥିଲା । କଂଗ୍ରେସ ଦଳ କେବଳ ଗୋଟିଏ ରାଜନୈତିକ ଦଳ ବିରୋଧରେ ନୁହେଁ, ଆମେ ଏହି ନିର୍ବାଚନ ବିଜେପି, ଭାରତର ଅନୁଷ୍ଠାନ, ସିବିଆଇ-ଇଡି ବିରୋଧରେ ଲଢ଼ିଥିଲୁ, କାରଣ ଏହି ଅନୁଷ୍ଠାନଗୁଡ଼ିକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ଭୟଭୀତ କରାଉଥିଲେ। ଏହି ଲଢ଼େଇ ସମ୍ବିଧାନକୁ ବଞ୍ଚାଇବା ପାଇଁ ହୋଇଥିଲା।