Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁସକି ଗଲା ସୁରଙ୍କ ବାହାସ୍ଫୋଟ, ମାଟି କାମୁଡିଲେ ଦୁଇ ପୁଅ

ଭୁବନେଶ୍ୱର: ଏଥର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇଛି । ବହୁ ମନ୍ତ୍ରୀ, ଦିଗଜ ନେତା ଶୋଚନୀୟ ପରାଜୟ ଭୋଗିଛନ୍ତି । କାହାର ଭାଗ୍ୟ ଚମକିଛି ତ ଆଉ କାହାର ରାଜନୈତିକ କ୍ୟାରିୟର ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ସବୁଠୁ ଅଧିକ କ୍ଷତି ସହିଛନ୍ତି ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ । କାରଣ ତାଙ୍କ ଦୁଇ ପୁଅ ଏଥର ନିର୍ବାଚନ ମଇଦାନକୁ ପ୍ରଥମ ଥର ପାଇଁ ଓହ୍ଲାଇ ଥିବା ବେଳେ ଉଭୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏହା ସୁରଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ଏଥିପାଇଁ ତାଙ୍କୁ ବହୁ ମୂଲ୍ୟ ବି ଦେବାକୁ ପଡ଼ିଛି।

ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡା ସିଟରୁ ପରାଜିତ ହୋଇଥିବା ବେଳେ ସାନ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ସିଟରୁ ଅପରାଜିତା ଷଡଙ୍ଗୀଙ୍କଠୁ ମାତ ଖାଇଛନ୍ତି । ଏହି ପରି ସୁରଙ୍କ ଦୁଇ ପୁଅ ରାଜନୈତିକ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ସୁର ଯେଉଁଭଳି ଦାମ୍ଭିକ ଦେଖାଇ ବାହାସ୍ପୋଟ ମାରୁଥିଲେ, ଯେଉଁ କଂଗ୍ରେସରେ ଏତେ ଦଶନ୍ଧି ଧରି ଥିଲେ ସେହି ଦଳକୁ ପାଦରେ ଏଡାଇ ପୁଅ ମନ୍ମଥର ପ୍ରଚାର କରିବାକୁ ଯାଇ ବିଜେଡି ଶିବିରକୁ ଯିବାକୁ ପଛାଇ ନ ଥିଲେ । ବଡ ପୁଅ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ହେଁ ତା ପାଇଁ ପ୍ରଚାର କରି ନ ଥିଲେ । ଆଉ ଆଜି ଦୁଇଙ୍କ ରାଜନୈତିକ ଭବିଷ୍ୟତ ମଧ୍ୟ ଅନ୍ଧକାରକୁ ଠେଲି ହୋଇ ଯାଇଛି ।

ସୂଚନାଯୋଗ୍ୟ, ସୁରେଶଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆମେରିକାରେ ଏକ କମ୍ପାନୀରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାମ କରୁଥିବା ବେଳେ ମୋଟା ଅଙ୍କର ଦରମା ପାଉଥିଲେ। ସେହିପରି ସାନ ପୁଅ ମନ୍ମଥ ରାଉତରାୟ ଦୀର୍ଘ ବର୍ଷ ହେବ ପାଇଲଟ ଭାବେ କାର‌୍ୟ୍ୟରତ ଥିଲେ। ମାତ୍ର ଉଭୟ ଚଳିତ ଥର ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡି ଆଜି ଏମିତି ସ୍ଥିତି ଦେଖିଛନ୍ତି । ଆଉ ସୁରଙ୍କୁ ସାନ ପୁଅ ପାଇଁ ପ୍ରଚାର କରିବା ମଧ୍ୟ ବେଶ ମହଙ୍ଗା ପଡିଛି । ସେ ଏବେ କଂଗ୍ରେସରୁ ୬ ବର୍ଷ ନିଲମ୍ବିତ ଅଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ