Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାର ଅସ୍ମିତା ପାଇଁ ଲଢିଥିଲୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବ: ମନମୋହନ

ଭୁବନେଶ୍ୱର: ବିଜେପିର ବିପୁଳ ବିଜୟ ପରେ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଓଡିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା । ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା ଏବଂ ସେମାନେ ହିଁ ଲଢୁଥିଲେ । ଆମେ ଭ୍ରଷ୍ଟ ଶାସନ ବିରୋଧରେ, ଓଡିଶାର ଅସ୍ମିତା ପାଇଁ ଲଢିଥିଲୁ । ଆଉ ଏସବୁ କଥାକୁ ଓଡିଶାର ଭୋଟର ଗ୍ରହଣ କରିଥିଲେ ।

କିଏ ମୁଖ୍ୟମନ୍ତ୍ରୀ ହେବେ ପ୍ରଶ୍ନର ଉତ୍ତରରେ ମନମୋହନ ସାମଲ କହିଛନ୍ତି, ଏହି ନିଷ୍ପତ୍ତି ଦଳର ସଂସଦୀୟ ବୋର୍ଡ ବୈଠକ ନେବେ । ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ହିଁ ଓଡିଆ ହିଁ ମୁଖ୍ୟମନ୍ତ୍ରୀ ହେବେ । ସରକାରକୁ ଆସିବା ମାତ୍ରେ ଯହା କହିଥିଲୁ ତାହା କରିବୁ । ଆୟୁଷ୍ମାନ ଯୋଜନା ଲାଗୁ କରିବୁ ଏବଂ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବୁ । ବିଏସକେୱାଇ ଯୋଜନା ବନ୍ଦ ହୋଇଯିବ ଏବଂ ଆୟୁଷ୍ମାନ ଯୋଜନା ଲାଗୁ କରିବୁ ।

ସୂଚନାଯୋଗ୍ୟ, ଏଥର ନିର୍ବାଚନରେ ବିଜେପି ୭୮ ଆସନ ଜିତି ପ୍ରଥମ ଥର ଓଡିଶାରେ ସରକାର ଗଢିବାକୁ ଯାଉଛି । ବିଜେଡି ୫୧ ସିଟରେ ସୀମିତ ରହିଛି। ଏଥିସହ ୨୪ ବର୍ଷ ସରକାରର ପତନ ଘଟିଛି । ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ଇସ୍ତଫା ଦେଇ ସାରିଛନ୍ତି । ଜୁନ ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ।

ତେବେ ନିର୍ବାଚନରେ ମନମୋହନ ସାମଲ ପରାଜିତ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠୁ ୧୯୧୬ ଭୋଟରେ ପରାଜିତ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ