Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦି ନେବେ ଶପଥ: ସାମିଲ ହେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜୁନ ୮ ତାରିଖରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏହି ଶପଥ ସମାରୋହରେ ବିଦେଶୀ ନେତା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଭୁଟାନ, ନେପାଳ ଏବଂ ମରିସସର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବାର ସମ୍ଭାବନା ରହିଛି ।

୨୦୧୯ ଲୋକସଭା ନିର୍ବାଚନ ପରେ BIMSTEC ରାଷ୍ଟ୍ରର ନେତାମାନଙ୍କୁ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା । BIMSTEC ଏକ ଆଞ୍ଚଳିକ ଗୋଷ୍ଠୀ । ଏଥିରେ ବାଂଲାଦେଶ, ଭୁଟାନ, ଭାରତ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ସଦସ୍ୟ ଅଛନ୍ତି । ୨୦୧୯ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଭିଭିଆଇପିଙ୍କ ସମେତ ୮,୦୦୦ ଅତିଥି ଯୋଗ ଦେଇଥିଲେ । ଚଳିତବର୍ଷ ମଧ୍ୟ ଏକାଧିକ ରାଷ୍ଟ୍ର ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ପ୍ରକାଶ ଥାଉକି, ଲୋକସଭା ନିର୍ବାଚନରେ ​ବିଜେପି ନେତୃତ୍ୱାଧିନ ଏନଡିଏକୁ ​୨୯୨ଟି ଆସନ ମିଳିଛି । ବିଜେପିକୁ ୨୪୦ ଆସନ ମିଳିଥିବା ବେଳେ ସହଯୋଗୀ ଦଳର ସମର୍ଥନକୁ ନେଇ ଦଳ ସରକାର ଗଢିବାକୁ ଯାଉଛି । ସେପଟେ କଂଗ୍ରେସ ନେତୃତ୍ୱାଧୀନ INDIA ମେଣ୍ଟ ୨୩୪ଟି ଆସନ ପାଇଛି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ