Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକଙ୍କ ଭିତରୁ ହେବେ ମୁଖ୍ୟମନ୍ତ୍ରୀ,ନହେଲେ ଫେଲ ମାରିବ ବିଜେପି

ଡା.ରାଜାରାମ ଷଡଙ୍ଗୀ
ବିଧାୟକ ମାନଙ୍କ ଭିତରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବେ।ନହେଲେ ବିଜେପି ଫେଲ ମାରିବ।ଓଡିଶାରେ ସଦ୍ୟ ସମାପ୍ତ ବିଧାନସଭାରେ ୨୪ ବର୍ଷ ୩ ମାସର ସରକାର ବିଜେଡିକୁ ବାଜିମାତ ଦେଇ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିବାରୁ ବାହାରୁ ଜଣେ କାହାକୁ ଆଣି ମୁଖ୍ୟମନ୍ତ୍ରୀ ସିଟରେ ବସାଇବା ବିଜେପି ପାଇଁ ଆତ୍ମଘାତୀ ହେବ।ବିଜେପି ମଧ୍ୟ ଏମିତି କେବେ ଭୁଲ କରିବ ନାହିଁ।ଏଭଳି ବିଶ୍ୱାସ ସାରା ଓଡିଶା ବାସୀଙ୍କ ରହିଛି।
ବିଜେପି ତୃଣମୂଲ ସ୍ତରରୁ କାମ କରୁଥିବା କାରଣରୁ ଓ ଏକ ଜାତୀୟ ଦଳ ହିସାବରେ ଓଡିଶାର ୧୪୭ ବିଧାନସଭା ଆସନରେ ସମସ୍ତ ପ୍ରତିଭାଧାରୀ ଓ କର୍ମନିଷ୍ଠ ନେତୃତ୍ୱ ପାଇଁ ପ୍ରାର୍ଥୀ ଦେଇଥିବ ବୋଲି ସମସ୍ତଙ୍କ ବିଶ୍ୱାସ ରହୁଛି।ତେଣୁ ଓଡିଶା ସରକାରରେ କିଏ ମୁଖ୍ୟମନ୍ତ୍ରୀ,ଉପ ମୁଖ୍ୟମନ୍ତ୍ରୀ,ବାଚସ୍ପତି ଭଳି ସାମ୍ଭିଧାନିକ ପଦବୀ ସହିତ ମନ୍ତ୍ରୀ ହୋଇ ସମଗ୍ର ଓଡିଶା ବାସୀଙ୍କୁ ସମତୁଲ ସେବା ଯୋଗାଇ ଦିଆଯାଇପାରିବ ବିଜେପି ନିଶ୍ଚୟ ଦୂରଦୃଷ୍ଟି ରଖି ବିଧାୟକ ପାଇଁ ପ୍ରାର୍ଥୀ ଦେଇଥିବ।ଏଣୁ ଏ ଭିତରେ କୌଣସି ଚାପ ଅବା ଗୋଷ୍ଠି ପ୍ରଭାବରେ କାମ ହେବ ତାହା ଓଡିଶା ଭଳି ସ୍ୱାଭିମାନୀ ଜନତା କେବେ ଆଶା କରୁ ନାହାଁନ୍ତି।ବରଂ ଡବଲ ଇଂଜିନର ସରକାର ଓଡିଶାକୁ କେମିତି ଆଗେଇ ନେବ ଓ ଓଡିଶାର ପ୍ରାଚୁର୍ଯ୍ୟ ପ୍ରାକୃତିକ,ବାଣିଜ୍ଯିକ, ସାମାଜିକ ଓ ସମତୁଳ ଦାୟିତ୍ୱ ସଂପାଦନ କରିବ ସେ ନେଇ ବଡ ଆହ୍ୱାନ ରହିଛି।ଯଦି ଏହା ନହୋଇ ପ୍ରତିଶୋଧ ପରାୟଣ ଓ ନିଜ ସ୍ୱାର୍ଥ ହାସଲ ପାଇଁ ବିଜେଡି ପରି କାମ କରେ ତେବେ ଦଳ ଓ ନୂଆ ସରକାରକୁ ଏହା ବହୁତ ମହଙ୍ଗା ପଡିପାରେ ?
ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସ୍ଥାୟିତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚି ଲାଗିଛି।ତେଣୁ ରାଜ୍ୟରେ କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଯଦି ବସାଇବାକୁ ବିଜେପି ଚେଷ୍ଟା କରେ ତେବେ ତାହାକୁ ବୁଝାଯିବ ଏକ ସୁବିଧାବାଦୀ ରାଜନୀତିରୁ ବିଜେପି ବି ମୁକ୍ତ ନୁହେଁ।ମୁଁ ହାରିଲେବି ସବୁ ବିଧାୟକଙ୍କୁ ଆଣି ଓଡିଶାରେ ସରକାର ଗଠନ କରିବାରେ ମୁଁ ବଡ ଭୂମିକା ନେବି ଏଭଳି ଆତ୍ମଗର୍ବର ପରିଚୟ ସରିଛି।ଚଳିତ ନିର୍ବାଚନରେ ଓଡିଶା ପାଇଁ ପ୍ରକୃତ ନବ ନିର୍ବାଣର ବିଧାୟକ ଓ ସାଂସଦ ଦେଶ ଓ ରାଜ୍ୟ ପାଇଁ ନିର୍ବାଚିତ ହୋଇଛନ୍ତି।ତେଣୁ ଦେଶ,ରାଜ୍ୟ ଓ ଜାତି ରକ୍ଷା ପାଇଁ ସ୍ୱାର୍ଥରୁ ଉର୍ଦ୍ଧ୍ବରେ ଥିବା ନେତୃତ୍ୱହିଁ ସମ୍ଭିଧାନର ବାର୍ତ୍ତାବହ।ବର୍ତ୍ତମାନ ସମ୍ଭିଧାନକୁ ରକ୍ଷା କରିବ କିଏ ଓ କେଉଁ ବାହୁବଳି କାହିଁକି ସମ୍ବିଧାନ ବାହାରକୁ ଯିବ ତାହାହିଁ ଏକ ବଡ ପ୍ରଶ୍ନ ?
ଏଭଳି କ୍ଷେତ୍ରରେ ସାମ୍ଭିଧାନିକ ବିଧି ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ଯଦି କୌଣସି ନିର୍ଦ୍ଦିଷ୍ଟ କୋଟେରି କାମ କରେ ତେବେ ମହାପ୍ରଭୂଙ୍କ କୃପାରୁ ଓଡିଶା ହେବ ଦେଶ ବିକାଶର ଇଞ୍ଜିନ ଭଳି ମୋଦିଙ୍କ କ୍ରାନ୍ତିକାରୀ ଭାଷଣ ମଳିନ ପଡିଯିବ।ତେଣୁ ଓଡିଶାରେ ବିଜେପିର ସଫଳତା ପାହାଡ ଚଢୁ ସମସ୍ତେ ଚାହୁଁଛନ୍ତି।କିନ୍ତୁ ମଜଭୁତ ପାହାଚ କୁ ଛାଡି କୁତ୍ରିମ ପାହାଚ ଉପରେ ଭରସା କରି ନବୀନ ଶାସନର ୫ଟି ଭଳି ରୂପାନ୍ତରଣ ଆରମ୍ଭରୁ ହେଲେ ଏହା ବିଜେପିକୁ କାଳ କରିବ ଏହା ଏହି ଲେଖକ ହଜାର ହଜାର ମନ ଓ ପ୍ରାଣର ଆଭ୍ୟନ୍ତରୀୟ କଥାକୁ ଦୋହରାଇ ଦେଇ ବିଜେପି କୌଣସି ଭୁଲ୍ ପରାମର୍ଶରେ ନପଶୁ ତାହା କେବଳ ପୂର୍ବରୁ ସତର୍କ କରିଦେବା ଭଳି ଜନତାଙ୍କ ଆୱାଜକୁ ବିଶ୍ୱାସର ସରକାର ପାଖରେ ପହଞ୍ଚାଇ ଦେବାକୁ ଛୋଟ ଏକ ପ୍ରୟାସ ବୋଲି ବିଜେପି ଗ୍ରହଣ କରିବା ଭଲ ହେବ।
ଏହାବି ଏହି ଲେଖକ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯଦି କୌଣସି ସାଂସଦକୁ ଆଣି ମୁଖ୍ୟମନ୍ତ୍ରୀ ସିଟରେ ବସାଇବାକୁ ବିଜେପି ଚିନ୍ତା କରେ ତାହା ତାପାଇଁ ବୁମେରାଂ ହୋଇପାରେ ।କାରଣ ଯେଉଁ କେତେଜଣଙ୍କ ନାମ ଆସୁଛି ସେମାନେ କେନ୍ଦ୍ର ସରକାରଙ୍କ ଗୋଟିଏ ଲେଖାଏଁ ଆସେଟ।ଏମାନଙ୍କ ଭିତରୁ କାହାକୁ ଯଦି ବିଜେପି ମୁଖ୍ୟମନ୍ତ୍ରୀ ଭିତରେ ବସାଇ କୌଣସି ରିକ୍ସ ନେବାକୁ ଚାହିଁବନି।କାରଣ ସଂଖ୍ୟାଗରିଷ୍ଟ ବିଜେପି ବିଧାୟକ ଦଳରେ ମୁଖ୍ୟମନ୍ତ୍ରୀ ଚେହେରା ଭଳି ନେତାଙ୍କ ଅଭାବ ନାହିଁ। କେବଳ ଅଭାବ ରହିଛି ବିଜେପି କୋଟେରିର ସନ୍ଦେହ।ବିଧାୟକ ମାନଙ୍କ ମତଲୋଡି ବିଜେପି ଯଦି ବିଧାୟକ ମାନଙ୍କ ଭିତରୁ କାହାକୁ ନେତା ନକରେ ତେବେ ବିଜେପି ପାଇଁ ଏହା କେବଳ ଭାରି ପଡିବନି ବରଂ ଆଗାମୀ ସମୟରେ ଏହା ପ୍ରଭାବଶାଳି ଢ଼ଙ୍ଗରେ ନେତୃତ୍ଵର ନିରନ୍ତରତା ଇଚ୍ଛାଶକ୍ତି ଉପରେ ବଡ ପ୍ରଭାବ ପଡିପାରେ!
ଏହି ଦୃଷ୍ଟିକୋଣରୁ ଅଭିଜ୍ଞତାକୁ ସ୍ୱୀକୃତି ପ୍ରଦାନ କରିବାକୁ ବିଜେପି ପାଇଁ ଏକ ବଡ ଆହ୍ୱାନ। ଓଡିଶାର ସଂଖ୍ୟାଗରିଷ୍ଟ ବିଜେପି ବିଧାୟକ ମାନଙ୍କୁ ବାଦ ଦେଇ ବିଜେପି କାହା ଉପରେ ଯଦି ଭରସା କରୁଛି ତାହାହିଁ ଓଡିଶା ଜନତାଙ୍କ ସ୍ୱାଭିମାନର ବିଚାରକୁ ଅପେକ୍ଷା କରିଛି।ବିଧାୟକ ମାନଙ୍କ ଭିତରୁ ବିଜେପି ଯଦି କାହାକୁ ମୁଖ୍ୟମନ୍ତ୍ରୀ ହିସାବରେ ବିଶ୍ୱାସକୁ ନନେଇ ଅନ୍ୟଙ୍କ ଉପରେ ବିଶ୍ୱାସ କରେ ତେବେ ଏହାର ପରିଣାମ ବିଜେପି ଭୋଗିବାକୁ ଆଗରୁ ପ୍ରସ୍ତୁତ ରହିବା ଉଚିତ୍ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ