Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଧ୍ର ପ୍ରଦେଶରେ ଏନଡିଏ ସରକାର, ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ, ପବନ କଲ୍ୟାଣ ହେଲେ ଉପମୁଖ୍ୟମନ୍ତ୍ରୀ

ବିଜୟୱାଡା: ତେଲୁଗୁ ଦେଶମ ପାର୍ଟି(ଟିଡିପି) ପ୍ରମୁଖ ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ଚତୁର୍ଥ ଥର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଜୟୱାଡାର ବାହ୍ୟ ଅଞ୍ଚଳ କେସରପଲ୍ଲୀରେ ଗନ୍ନାବରମ ବିମାନ ବନ୍ଦର ସାମ୍ନା ସ୍ଥିତ ମେଧା ଆଇଟି ପାର୍କରେ ଆୟୋଜିତ ଶପଥ ସମାରୋହରେ ରାଜ୍ୟପାଳ ଏସ ଅବଦୁଲ ନଜିର ନାଇଡୁଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ ।

ପିଏମ ମୋଦୀଙ୍କ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ରାମଦାସ ଅଠାବଲେ, ଅନୁପ୍ରିୟା ପଟେଲ, ଚିରାଗ ପାସୱାନ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏବଂ ପୂର୍ବତନ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ସାମିଲ ହୋଇଥିଲେ । ଏହା ସହିତ ସାଉଥ ସିନେମାର ସୁପର ଷ୍ଟାର ରଜନୀକାନ୍ତ ଏବଂ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ ଅଭିନେତା ଚିରଞ୍ଜିବୀ ଶପଥ ସମାରୋହରେ ଯୋଗ ଦେଇଛନ୍ତି ।

ପବନ କଲ୍ୟାଣ ହେଲେ ଉପମୁଖ୍ୟମନ୍ତ୍ରୀ

ପୀଠାପୁରମ ବିଧାନସଭାରୁ ଜିତିଥିବା ପବନ କଲ୍ୟାଣଙ୍କୁ ଚନ୍ଦ୍ରବାବୁ ନାଇଡୁ ସରକାରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ପବନ କଲ୍ୟାଣ ନିଜ ବଡ ଭାଇ ଚିରଞ୍ଜିବୀଙ୍କ ସହ ମିଶି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ଚିରଞ୍ଜିବୀ ୨୦୦୮ରେ ପ୍ରଜା ରାଜ୍ୟମ ପାର୍ଟିର ସ୍ଥାପନା କରିଥିଲେ । ତେବେ ନିଜ ଭାଇ ଦ୍ୱାରା ପ୍ରଜା ରାଜ୍ୟମ ପାର୍ଟିର କଂଗ୍ରେସରେ ବିଲୟ କରିବା ପରେ ସେ ରାଜନୀତିରେ ସେତେଟା ସକ୍ରିୟ ନ ଥିଲେ । ପରେ ପବନ କଲ୍ୟାଣ ୨୦୧୪େ ଜନସେନା ପାର୍ଟିର ସ୍ଥାପନା କରିଥିଲେ ।

ଆନ୍ଧ୍ର ପ୍ରଦେଶ ବିଧାନସଭାରେ ମୋଟ୍ ବିଧାୟକଙ୍କ ସଂଖ୍ୟା ୧୭୫ । ଏହି ହିସାବରେ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୨୬ ଜଣ ମନ୍ତ୍ରୀ ରହି ପାରନ୍ତି । ଆନ୍ଧ୍ର ପ୍ରଦେଶରେ ଏନଡିଏରେ ଟିଡିପି, ବିଜେପି ଏବଂ ଜନସେନା ସାମିଲ । ଏହି ନିର୍ବାଚନରେ ଏନଡିଏ ୧୬୪ ସିଟରେ ବିଜୟ ଲାଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ