Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶପଥ ପରେ ବସିବ ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ, ହୋଇପାରେ ବଡ ନିଷ୍ପତ୍ତି

ଭୁବନେଶ୍ୱର: ଶପଥ ସମାରୋହ ସରିବା ପରେ ବୁଧବାର ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହା ବିଜେପି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ହେବ । ଏହି ବୈଠକ ଉପରେ ସଭିଙ୍କ ନଜର ରହିଛି । କାରଣ ବୈଠକରେ ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।

ଉଲ୍ଲେଖନୀୟ ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ, ସରକାର ଗଠନ କରିବାର ୬ ଘଣ୍ଟା ଭିତରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲାଯିବ । ମାସକ ଭିତରେ ରତ୍ନଭଣ୍ଡାରର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ । ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ । ଏପରିକି ଚିଟଫଣ୍ଡ ଦୁର୍ନୀତିରେ କ୍ଷତିଗ୍ରସ୍ତକୁ ଟଙ୍କା ଫେରାଇବା ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେପି ନିଜର ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତି ଦେଇଥିଲା ।

ତେବେ ସମ୍ଭବତଃ ପ୍ରଥମ କ୍ୟାବିନେଟ୍ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ଯିବା ଉପରେ ନିଷ୍ପତ୍ତି ନିଆଯାଇପାରେ । ତା ସହ ଏମଏସପି ଉପରେ ସରକାର ଦସ୍ତଖତ କରି ପାରନ୍ତି ବୋଲି କୁହାଯାଉଛି । ତେଣୁ ବିଜେପିର ପ୍ରଥମ କ୍ୟାବିନେଟ୍ ବୈଠକ ବହୁ ଗୁରୁତ୍ୱ ବହନ କରୁଛି ।

ସରକାରୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି । ଏପରିକି ସରକାରୀ ଛୁଟିରେ ମଧ୍ୟ ଅଫିସ ଆସିବାକୁ କୁହାଯାଇଛି । ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

More Stories