Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କଲି, ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି: ନବୀନ

ଭୁବନେଶ୍ୱର: ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କଲି । ଏକ୍ସ ଜରିଆରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ନବୀନ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ମୋହନ ମାଝୀଙ୍କ ନିମନ୍ତ୍ରଣକୁ ସାଦରେ ଗ୍ରହଣ କଲି । ଏଥିସହ ତାଙ୍କୁ ଶୁଭେଚ୍ଛା ଜଣାଉଛି ।

ଶପଥ ନେବା ପୂର୍ବରୁ ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶପଥ ସମାରୋହରେ ଯୋଗ ଦେବା ପାଇଁ ନବୀନଙ୍କୁ ନିମନ୍ତ୍ରଣ ଦେଇଥିଲେ ମୋହନ । ନବୀନ ନିବାସରୁ ବାହାରିବା ପରେ ଏ ନେଇ ଗଣମାଧ୍ୟମରେ ସୂଚନା ଦେଇ କହିଥିଲେ ନବୀନଙ୍କୁ ନିମନ୍ତ୍ରଣ କରିବାକୁ ନବୀନ ନିବାସ ଯାଇଥିଲି । ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି । ଶପଥ ଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ ଜଣାଇଲି । ଆଉ ନବୀନ ବାବୁ ସମାରୋହକୁ ଆସିବାକୁ ସମ୍ମତି ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଶପଥ ଉତ୍ସବରେ ଯୋଗ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲା ବିଜେପି । ନବୀନ ନିବାସ ଯାଇ ବିଜେପିର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଏବଂ ସମୀର ମହାନ୍ତି ନବୀନଙ୍କୁ ନିମନ୍ତ୍ରଣ ଦେଇଥିଲେ ସେଠାରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହଥିଲେ ସମାରୋହରେ ନିଶ୍ଚିତ ଯିବି ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମୋହନ ମାଝୀଙ୍କ ରୂପେ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ମୋହନ ହେଉଛନ୍ତି ରାଜ୍ୟ ବିଜେପିର ହେବେ ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିସହ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତି ପରିଡା । ଅନ୍ୟପଟେ ଏଥର ୫୧ ସିଟ୍ ଜିତି ନିର୍ବାଚନ ହାରିଥିବା ବିଜେଡି ବିରୋଧୀ ଦଳ ଆସନରେ ବସିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ