Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଷ୍ଟ୍ରେଚର୍ ସାହାଯ୍ୟରେ ଶବ କୁ ଟାଣି ଟାଣି ୮କିଲୋମିଟର ନେଲେ ପରିବାର ଲୋକେ

ଖଡ଼ିଆଳ : ଗୋଟିଏ ପଟେ ନବୀନଙ୍କ ବିକାଶର ସ୍ବପ୍ନ ଅନ୍ୟପଟେ ମୋଦିଙ୍କ ଡିଜିଟାଲ ଇଣ୍ଡିଆ । ଦେଶ ବିଦେଶରେ ପତିଆଲା ଜାହିର କରିବା ପାଇଁ ରାଜନୈତିକ ବୟାନବାଜି, ହେଲେ ଏ ସବୁ ଭିତରେ ନୂଆପଡ଼ା ଜିଲା କଳା ପଚ୍ ପଚ୍ ବିଜୁ ଏକ୍ସପ୍ରେସ ରାସ୍ତାରେ ଦେଖିବାକୁ ମିଳିଛି ଏକ ପରିବାରର ଶବ ଶୋଭାଯାତ୍ରା । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ପରି ଏଖବର ପଦାରେ ପକାଉଛି ବିକାଶର ଚିତ୍ର ଦେଖାଉଥିବା ସରକାରଙ୍କ ସ୍ବପ୍ନ ପଛର ସତ । ନୂଆପଡ଼ା ଜିଲା ପାଲଟିଛି ଅଭାବ,ଅନଟନ ଓ ଦାରିଦ୍ର୍ୟର ପ୍ରତିଛବି ଯାହା ଠିକ୍ ଅଶୀ ଦଶକରେ ଘଟିଥିଲା ଏବେ ଠିକ୍ ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ସିନାପାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ । ଷ୍ଟ୍ରେଚର୍ ସାହାଯ୍ୟରେ ଶବକୁ ୮କିଲୋମିଟର ନେଲେ ପରିବାର ଲୋକେ। ମୃତକ ଜଣକ ହେଲେ ସିନାପାଲି ବ୍ଲକ୍ ଅନ୍ତର୍ଗତ ନିଲଜି ଗ୍ରାମପଞ୍ଚାୟତ ଗଡ଼ରାମାଲ ଗ୍ରାମର ସରସ୍ଵତୀ ସା ବୟସ(୬୯), ସ୍ୱା:ଲମ୍ବୋଦର ସା,
ବୋଲି ଜଣାପଡିଛି । ସୂଚନା ମତାବକ ସରସ୍ଵତୀଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସିନାପାଲି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଇନଚାର୍ଜ ଶ୍ରୀମାନ ସାହୁ ଛୁଟିରେ ଥିବାବେଳେ
ବର୍ତମାନ ମୋନାଳି ପ୍ରିୟଦର୍ଶିନୀ ଇନଚାର୍ଜରେ ଥିଲେ ଓ ହସ୍ପିଟାଲ କର୍ମଚାରୀ ଖେମାରାଜ ଘିଭେଲା, ସିଲୀ କର, ଡ. ନର୍ଗିସ ଯାହାନ ଉପସ୍ଥିତ ଥିଲେ କିନ୍ତୁ ବିପିଏମ ରତ୍ନମଣି ଭୋଏ ଉପସ୍ଥିତ ନ ଥିଲେ ସେ ବାହାଘରକୁ ଭୋଜି ଭାତ ଖାଇ ଯାଇଥିଲେ ଏବଂ କୌଣସି ସିକ୍ୟୁରିଟି ଉପସ୍ଥିତି ନ ଥିଲେ । ପରେ ମୃତକଙ୍କ ପରିବାର ବିପିଏମଙ୍କୁ ଫୋନ୍ କରି କହିବାରୁ ମୁଁ କିଛି ଜାଣିନି ବୋଲି କହିଥିଲେ । ସମସ୍ତ ହସ୍ପିଟାଲ୍ କର୍ମଚାରୀ ରହି କେମିତି ଘରକୁ ନେବା ପାଇ କାହା ଅଧିକାରରେ ଅନୁମତି ଦେଲେ ଓ କାହିଁକି ଅବହେଳା କଲେ ଏ ଚିନ୍ତାର ବିଷୟ।ସରସ୍ଵତୀଙ୍କ ପ୍ରାୟ ୮ ଟାରେ ମୃତ୍ୟୁ ହୋଇଥିଲା । ଇନ୍ ଚାର୍ଜ ପ୍ରିୟଦର୍ଶିନୀ ମଧ୍ୟ ତାଙ୍କ ଡିଉଟି କରିବା କଥା କିନ୍ତୁ ବାସଭବନରେ ରହିଥିଲେ ଆଉ ସାମ୍ବାଦିକ ଯାଇ ଉଠାଇଲା ପରେ ଉଠିଥିଲେ । ହସ୍ପିଟାଲ୍ କାର୍ଯ୍ୟକର୍ତ୍ତାଙ୍କୁ ପଚାରିବାରୁ ଗାଡ଼ି ବ୍ୟବସ୍ଥା କରିଛି କହିଲେ ହେଲେ କିଛି ବ୍ୟବସ୍ଥା ହେଲା ନାହିଁ । ଫଳରେ ଗାଡ଼ି ନ ମିଳିବାରୁ ନିରାଶୟ ହୋଇ ପରିବାର ଲୋକ ଷ୍ଟ୍ରେଚର ସାହାଯ୍ୟରେ ରାତି ପ୍ରାୟ ୧୨ ଘଣ୍ଟା ସମୟରେ ଘରକୁ ନେଉଥିବାର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ମହାପ୍ରୟାଣ ଗାଡ଼ିର ସୁବିଧା ନଥିବାବେଳେ ଆରକେଏସ ରୋଗୀ କଲ୍ୟାଣ ସମିତିର କୋଟି କୋଟି ଟଙ୍କା ଯାଉଛି କୁଆଡେ ଭୂତ ଖାଉଛି ନା କିଏ ଏ ସବୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।