Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପଞ୍ଚଗାଁ ସରସ୍ୱତୀ ଶିଶୁ ମନ୍ଦିରର ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡା ୧୭/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ମଚିଦା ଗ୍ରାମ ତଥା ପଞ୍ଚଗାଁ ସରସ୍ୱତୀ ଶିଶୁ ମନ୍ଦିର ପୂର୍ବତନ ଛାତ୍ର ଶୁଭମ ସାହୁଙ୍କୁ ଆଜି ବିଦ୍ୟାଳୟ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି । ସୂଚନା ଥାଉକି କଟକ ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଲଖନପୁର ବ୍ଲକ ମଚିଦା ଗ୍ରାମର ଫକୀର ସାହୁ ଓ ମାତା ସରୋଜିନୀ ଙ୍କ ସୁପୁତ୍ର ଶୁଭମ ସାହୁ ଚଳିତ ଶିକ୍ଷାବର୍ଷରେ ଇତିହାସ ବିଷୟରେ ପରୀକ୍ଷା ଦେଇ ଶୀର୍ଷ ସ୍ଥାନ ଅଧିକାର କରି ଅଞ୍ଚଳ ତଥା ପଞ୍ଚଗାଁ ଶିଶୁ ମନ୍ଦିର ପାଇଁ ଗୌରବ ଅର୍ଜ୍ଜନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପଞ୍ଚଗାଁ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରଥଙ୍କ ସମେତ ସମସ୍ତ ଗୁରୁଜୀ ,ଗୁରୁମା ତରଫରୁ ତାଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ସେହିପରି ଲଖନପୁର ବ୍ଲକ ସୀମାନ୍ତ ଅଞ୍ଚଳ ୧୯ ଖଣ୍ଡ ମୌଜା ରେମତା ପଞ୍ଚାୟତ ଚିଖିଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମଙ୍ଗଳ ପ୍ରସାଦ ଭୋଇଙ୍କ ପୁତ୍ର ଦେବାଶୁଂ ଭୋଇ ମଧ୍ୟ କଟକ ରେଭେନ୍ସା ମହାବିଦ୍ୟାଳୟରେ ଇଂରାଜୀ ଅନର୍ସ ବିଷୟରେ ଟପ୍ପର ହୋଇ କୃତକାର୍ଯ୍ୟ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

More Stories