ଆହୁରି ୩/୪ ଦିନ କଲବଲ କରିବ ତାତି, ଏ ପର୍ଯ୍ୟନ୍ତ ରାଜ୍ୟରେ ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ଆହୁରି ୩/୪ ଦିନ ଉପକୂଳ ଓଡିଶାରେ କଲବଲ କରିବ ତାତି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୋମବାର ଏହି ସୂଚନା ଦେଇଛନ୍ତି । ସଂପୂର୍ଣ୍ଣ ଓଡିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି ସମୟ ଲାଗିବ । ଆଗାମୀ ୫ ଦିନ ଯାଏ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ବରଗଡ, ଝାରସୁଗୁଡା, ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁନ ୧ରୁ ଆଜି ଯାଏ ରାଜ୍ୟରେ ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।
ଏ ପର୍ଯ୍ୟନ୍ତ ୯୧.୪ମିଲିମିଟର ବର୍ଷା ହେବା କଥା, କିନ୍ତୁ ୩୬.୬ ମିଲିମିଟର ବର୍ଷା ହୋଇଛି। ଏପର୍ଯ୍ୟନ୍ତ ୪୨% ନିଅଣ୍ଟିଆ ବୃଷ୍ଟିପାତ ରହିଛି। ରାଜ୍ୟରେ ୪ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ଗୋଟିଏ ସ୍ଥାନରେ ସ୍ଵାଭାବିକ ଠାରୁ ଅଧିକ ବୃଷ୍ଟିପାତ ହୋଇଛି। ୧୯ ତାରିଖ ପରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ମଧ୍ୟ କୁହାଯାଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କ ବି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।