Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ, ସକାଳ ୬ଟା ବଦଳରେ ୧୦ଟାରେ ହେଲା ମଙ୍ଗଳ ଆଳତି

ପୁରୀ: ସେବକଙ୍କ ମଧ୍ୟରେ ବିବାଦରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ଘଟିଛି ଅହେତୁକ ବିଳମ୍ବ। ଏପରିକି ଆଜି ସକାଳ ୬ଟାରେ ହେବାକୁ ଥିବା ମଙ୍ଗଳ ଆଳତି ଦିନ ୧୦ଟାରେ ସଂପନ୍ନ ହୋଇଛି । ଏପରିକି ଗତକାଲି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର ପରମ୍ପରା ରହିଥିଲେ ମଧ୍ୟ ସେଥିରେ ବ୍ୟତିକ୍ରମ ଘଟିଛି । ସେବକଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।

ଗତକାଲି ପବିତ୍ର ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର କାର‌୍ୟ୍ୟକ୍ରମ ରହିଥିଲା। ଏହି ବିବାହ ମହୋତ୍ସବରେ ମା’ ଲକ୍ଷ୍ମୀ ଠାକୁରାଣୀ ଦେବୀ ରୁକ୍ମିଣୀ ସାଜିଥାନ୍ତେ । ଶ୍ରୀମଦନମୋହନ ସାଜିଥାନ୍ତେ ଶ୍ରୀକୃଷ୍ଣ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହୋଇଥାନ୍ତା।

ମାତ୍ର ଗତକାଲି ବିଳମ୍ବିତ ନୀତିକାନ୍ତି ଯୋଗୁଁ ଆଜି ସକାଳ ସମୟରେ ବିବାହ ନୀତି ଆରମ୍ଭ ହେଲା। ବିବାହ ହୋମ, ପଞ୍ଚୁଗ୍ରାସୀ, ଭୋଗ ନୀତି ପରେ ମଙ୍ଗଳ ଆଳତି ହେଲା। ତେବେ ସିଂହାରୀ ଓ ପୂଜାପଣ୍ଡାଙ୍କ ଭିତରେ ବିବାହ ନୀତିରେ ବସିବାକୁ ନେଇ ବିବାଦ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ବିବାଦକୁ ତୁଟାଇ ନୀତିକୁ ବଢାଇବାକୁ ଆନ୍ତରିକତା ପ୍ରକାଶ କରି ନ ଥିଲେ। ଫଳରେ ସମନ୍ୱୟର ଅଭାବ ଯୋଗୁଁ ନୀତି ବିଳମ୍ବ ହୋଇଥିବା ଅଭିଯୋଗ କରିଛନ୍ତି ସେବାୟତ ଓ ଭକ୍ତ।

More Stories