ପୁରୀ: ମହାପ୍ରଭୁଙ୍କ ରତ୍ନଭଣ୍ଡାର ସ୍ଥିତିକୁ ନେଇ ରାଜ୍ୟବାସୀ ଆଶା, ଆଶଙ୍କାରେ ରହିଥିବା ବେଳେ ଆସିଛି ଖୁସି ଖବର । କାରଣ ରତ୍ନଭଣ୍ଡାର ରହସ୍ୟ ଉପରୁ ଶୀଘ୍ର ପରଦା ହଟିବାକୁ ଯାଉଛି । ଆସନ୍ତା ଜୁଲାଇ ୮ ତାରିଖରେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ ଏହି ସୂଚନା ଦେଇଛନ୍ତି ।
ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ସ୍କାନିଂରେ କ୍ରାକ୍ ଥିବା ଜଣାପଡିଛି, ପାଣି ଜକଉ ଥାଇପାରେ । ଏହାକୁ ଖୋଲାଯାଇ ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ ।
ଏନେଇ ଏଏସ୍ଆଇ କହିଛନ୍ତି, ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଅଯାଇଛି । କୋର କମିଟି, ଟେକନିକାଲ କମିଟି ଉପସ୍ଥିତିରେ ଏହାକୁ ଖୋଲାଯିବ । ୨୦୧୮ ମସିହାରେ ଆସିଥିବା ରିପୋର୍ଟରେ ଦେଖା ଯାଇଥିଲା କିଛି ସ୍ଥାନରେ କ୍ରାକ୍ ତଥା ଭଙ୍ଗାରୁଜା ରହିଛି । ଲେଜର ସ୍କାନିଂ ରିପୋର୍ଟରେ ବି ଏହା ସ୍ପଷ୍ଟ ହୋଇଛି । ଉକ୍ତ କ୍ରାକ୍ ଦେଇ ପାଣି ଭିତରକୁ ଯାଉଥିବ । ତେଣୁ ତୁରନ୍ତ ଆବଶ୍ୟକତା ଅନୁଯାୟୀ ମରାମତି କରାଯିବ ।